www.samajalive.in
Friday, December 12, 2025
14.1 C
Bhubaneswar

ନିର୍ବାଚନ-୨୦୧୯ : କଂଗ୍ରେସର ନିର୍ବାଚନ ଇସ୍ତହାର ପ୍ରସ୍ତୁତିରେ ସାହାଯ୍ୟ କରିବେ ରଘୁରାମ ରାଜନ୍‍

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ସମସ୍ତ ରାଜନୈତିକ ସଭାରେ କୃଷକ ଓ ଯୁବକଙ୍କୁ ରୋଜଗାର ଭଳି ବିଭିନ୍ନ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ଦୁଇ ବିଷୟକୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ବହୁ ବିଶେଷଜ୍ଞ କଂଗ୍ରେସ ନିଜର ନିର୍ବାଚନ ଇସ୍ତହାର ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛନ୍ତି। ବେକାରଙ୍କୁ ନିଯୁକ୍ତି ପ୍ରସଙ୍ଗରେ କଂଗ୍ରେସ ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ନେଉଛି।
ସୂଚନା ଅନୁସାରେ ରାହୁଲ ଗାନ୍ଧୀ ନିଜର ଦୁବାଇ ଗସ୍ତରୁ ଫେରିବା ପରେ ରଘୁରାମ ରାଜନଙ୍କ ସହ ଏହି ସମସ୍ତ ବିଷୟରେ ଆଲୋଚନା କରିଥିଲେ। ଏହାକୁ ନେଇ କଂଗ୍ରେସ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଯାହାକୁ ଦଳ ନିର୍ବାଚନ ଇସ୍ତହାରରେ ବ୍ୟବହାର କରିବ। ରଘୁରାମ ରାଜନ ୟୁପିଏ-୨ ସରକାରରେ ୨୦୧୨ ଅଗଷ୍ଟରୁ ୨୦୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଇସ୍ତହାର ପାଇଁ କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏଥିସହିତ ସାମ ପିଟ୍ରୋଡା ଓ ଶଶୀ ଥରୁର ଭଳି ବରିଷ୍ଠ କଂଗ୍ରେସ ନେତାଙ୍କୁ ଇସ୍ତହାର କମିଟିରେ ସାମିଲ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories