www.samajalive.in
Friday, December 12, 2025
14.1 C
Bhubaneswar

ଲୋକେ ଭୁଲ କରନ୍ତି, କିନ୍ତୁ ତାକୁ ଆଗକୁ ବଢାଇବା ଉଚିତ୍ ନୁହେଁ : ଗାଙ୍ଗୁଲି

ନୂଆଦିଲ୍ଲୀ : ଟିଭି କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ରହିଥିବା ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ପ୍ରତି ସହାନୁଭୁତି ଦେଖାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି ପାଣ୍ଡିଆ ଏବଂ ରାହୁଲଙ୍କର ମହିଳା ବିରୋଧି ଟିପ୍ପଣୀ ଉପରେ ଚାଲିଥିବା ବିବାଦକୁ ନେଇ ମୁଁହ ଖୋଲିଛନ୍ତି। ସେ କହିଛନ୍ତି- ଆମେ ମେସିନ ନୁହେଁ। ଯେ ସବୁ ସମୟରେ ଠିକ କରିବା। ମଣିଷ ମାତ୍ରକେ ଭୁଲ। ତେଣୁ ଆମକୁ ଏହି କଥାକୁ ଆଗକୁ ନ ବଢାଇବା ଉଚିତ୍। ମୋର ବିଶ୍ଵାସ ଅଛି ଏନେଇ ସେମାନେ ଅନୁତାପ କରୁଥିବେ। ଆଗକୁ କିଭଳି ଏଭଳି କାର୍ଯ୍ୟ ନକରିବେ ସେଥିପାଇଁ ସେମାନେ ସତର୍କ ରହିବା ଆବଶ୍ୟକ।

ବଲିଉଡ୍‌ ନିର୍ଦେଶକ କରନ ଜୋହରଙ୍କ ଟିଭି କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ୍‌’ରେ ଅତିଥିଭାବେ ପାଣ୍ଡ୍ୟା ଓ ରାହୁଲ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ୬ରେ ଏହା ଟିଭିରେ ପ୍ରସାରିତ ହୋଇଥିଲା। କରନ୍‌ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ପାଣ୍ଡ୍ୟା ନିଜର ଯୌନ ସମ୍ପର୍କ ଓ ବ୍ୟକ୍ତିଗତ ଜୀବନର  ଘଟଣାକୁ ବର୍ଣ୍ଣନା କରିଥିଲେ। ଆଲୋଚନା ସମୟରେ ପାଣ୍ଡ୍ୟା ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ପ୍ରତି ଆଞ୍ଚ ଆଣୁଥିବା ପ୍ରସଙ୍ଗ ଉଠାଇ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଟେଲିଭିଜନରେ ପାଣ୍ଡ୍ୟାଙ୍କର ଏଭଳି ଆଭିମୁଖ୍ୟକୁ ସବୁ ବର୍ଗର ଦର୍ଶକ ଓ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଥିଲା। ସାମାଜିକ ଗଣମାଧ୍ୟମ​‌ରେ ଦର୍ଶକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ବିସିସିଆଇ ପକ୍ଷରୁ ବୁଧବାର ପାଣ୍ଡ୍ୟା ଓ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ୨୪ ଘଣ୍ଟା ମଧ୍ୟରେ କୈଫିୟତ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ନୋଟିସ ଜାରି କରାଯିବା ପୂର୍ବରୁ ପାଣ୍ଡ୍ୟା ଏହି ଘଟଣା ପାଇଁ ଅନୁତାପ କରିବା ସହ ଇନ୍‌ଷ୍ଟାଗ୍ରାମ ଜରିଆରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। ଆବେଗର ବଶବର୍ତ୍ତୀ ହୋଇ ମହିଳାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ପାଣ୍ଡ୍ୟା କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories