www.samajalive.in
Sunday, December 14, 2025
14.1 C
Bhubaneswar

କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ

ଭୁବନେଶ୍ୱର : ନିଶାସକ୍ତ ଅବସ୍ଥାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଶୁକ୍ରବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ରହୁଥିବା ଜଗତସିଂପୁର ଜିଲା ବାଲିକୁଦା ଅଞ୍ଚଳର ଶିବାଶିଷ ମହାନ୍ତି ଓ ସମ୍ବଲପୁରରେ ରହୁଥିବା ବିକାଶ ମହାନ୍ତି। ସେମାନଙ୍କ ନିକଟରୁ ପୁଲିସ ବ୍ୟବହୃତ ଗୋଟିଏ ସ୍କୁଟର ଜବତ କରିଛି। ଅଭିଯୁକ୍ତଦ୍ବୟ ନିଶାସକ୍ତ ଅବସ୍ଥାରେ ଡିଆଇଜିଙ୍କ କାର୍‌କୁ ସାଇଡ୍‌ ଦେଇନଥିଲେ। ଡିଆଇଜି ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ।

ଏନେଇ ଡିଆଇଜି ଶ୍ରୀ ମିଶ୍ରଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଭିଯୁକ୍ତଦ୍ବୟଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଏଥିସହ ବ୍ରେଥ୍‌ ଆନାଲାଇଜରରେ ଯାଞ୍ଚ୍‌ କରିବା ପରେ ସେମାନେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା। ପରେ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ଉପାୟୁକ୍ତ ପିନାକ ମିଶ୍ର ସୂଚନା ଦେଇଛନ୍ତି।

- Advertisement -

ଗୁରୁବାର ରାତିରେ ମାର୍କେଟିଂ ସାରି ଡିଆଇଜି ଶ୍ରୀ ମିଶ୍ର ପତ୍ନୀଙ୍କ ସହ କାର୍‌ରେ ଘରକୁ ଫେରୁଥିଲେ। ନୂଆପଲ୍ଲୀ ଥାନା ବେହେରାସାହି ଟ୍ରାଫିକ୍‌ ପୋଷ୍ଟ ନିକଟରେ ଅଭିଯୁକ୍ତଦ୍ବୟ କାର୍‌ରେ ବସିଥିବା ଡିଆଇଜିଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ିନଥିଲେ। ଟ୍ରାଫିକ୍‌ ପାଖରେ କିଛି ସମୟ ପାଇଁ ଅଭିଯୁକ୍ତ ଆତଙ୍କ ସୃଷ୍ଟି କରିଥିଲେ। ଏଥିନେଇ ଡିଆଇଜି ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଠାଇ ଆଣିଥିଲା।

ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ ମଧ୍ୟ ରାତିରେ ଥାନାକୁ ଆସି ଘଟଣାର ଯାଞ୍ଚ କରିଥିଲେ। ଜଣେ ଡିଆଇଜିଙ୍କୁ ରାସ୍ତାରେ ଏପରି ଦୁର୍ବ୍ୟବହାର ଘଟଣାକୁ ଗୃହ ବିଭାଗ ମଧ୍ୟ ଗମ୍ଭୀରତା ସହ ଗ୍ରହଣ କରିଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଭାଗର ଜଣେ ବରିଷ୍ଠ ଅଧିକାରୀ ପୁଲିସ ଆୟୁକ୍ତଙ୍କୁ ନିର୍ଦେଶ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories