ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ତନିସ୍କର ତିନୋଟି ନୂଆ ଶୋ’ରୁମ୍‌ ଖୋଲିଲା

ଭୁବନେଶ୍ୱର:  ଭାରତର ସର୍ବବୃହତ ଗହଣା ରିଟେଲ ବ୍ରାଣ୍ଡ ତନିସ୍କରଓଡ଼ିଶାରେ ୩ଟି ନୂଆ ଶୋ ରୁମ୍‌ ଖୋଲିଛି   ।   ଭୁବନେଶ୍ୱର ଓ କଟକ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ, ବିଜନେସ ଆସୋସିଏଟ ମନଜିତ ସିଂହ ଓ ବିଜନେସ ଆସୋସିଏଟ ଅବିନାଶ ଛପୋଲିଆ ଉଦଘାଟନ କରିଥିଲେ । ଗୁରୁବାରରେ ଢେଙ୍କାନାଳ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ ଓ ବିଜନେସ ଆସୋସିଏଟ ଅଙ୍କିତ ପୋଦ୍ଦାର ଉଦଘାଟନ କରିଥିଲେ । ଉଦଘାଟନର ଅଂଶ ଭାବରେ କମ୍ପାନୀ ପକ୍ଷରୁ ବିଶେଶ ଅଫର ଦିଆଯାଉଛି ।  ଗ୍ରାହକମାନେ ସୁନା ଅଳଙ୍କାର ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦ଧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ଭାରତର କୌଣସି ଗହଣା ବ୍ୟବସାୟୀଙ୍କଠାରୁ କିଣାଯାଇଥିବା ପୁରୁଣା ସୁନା ଉପରେ ୧୦୦ ପ୍ରତିଶତ ମୂଲ୍ୟ ପାଇପାରିବେ ।ଅତିରିକ୍ତ ଭାବେ, ଗ୍ରାହକମାନେ ସୁନା ଅଳଙ୍କାର କ୍ରୟ ଉପରେ ପ୍ରତି ଗ୍ରାମରେ ୧୦୧ ଟଙ୍କା ରିହାତି ପାଇପାରିବେ । ଏହି ଅଫର ୨୦୨୪ ଅକ୍ଟୋବର ୧୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିବ ।

ମୋଟ ୧୪,୨୦୦ ବର୍ଗଫୁଟ ପରିମିତ ଏହି ଶୋ ରୁମ୍‌ ଗୁଡିକ    ସୁନା,   ହୀରା, କୁନ୍ଦନ ଏବଂ ପୋଲକି ସମେତ   ତନିସ୍କ ଅଳଙ୍କାରର ବିଭିନ୍ନ ଡିଜାଇନ୍‌ ପ୍ରଦର୍ଶୀତ କରାଯାଇଛି    । ଏହି ଷ୍ଟୋରଗୁଡ଼ିକରେ  ବିବାହର ପବିତ୍ର ଉପାଦାନରୁ ପ୍ରେରିତ ମଙ୍ଗଳସୂତ୍ର ‘ଦୋର’ ସହିତ ରାଜଦରବାର, ଭବ୍ୟ ମହଲ ଓ ଐତିହ୍ୟର ମହିମାରେ ଅନୁପ୍ରାଣିତ ହୋଇ ତନିସ୍କର ସ୍ୱତନ୍ତ୍ର ପର୍ବ ସଂକଳନ ‘ନବ-ରାନୀ’କୁ ଗର୍ବର ସହ ପ୍ରଦର୍ଶିତ କରାଯାଇଛି ।

ଏହାବ୍ୟତୀତ ଏହି ଷ୍ଟୋରଗୁଡ଼ିକରେ ଆଧୁନିକ, ହାଲୁକା ସଂଗ୍ରହ ‘ଷ୍ଟ୍ରିଙ୍ଗ୍‌ ଇଟ୍‌’ ସହିତ ସମସାମୟିକ ଦୈନନ୍ଦିନ ପୋଷାକ ଅଳଙ୍କାର ‘ଗ୍ଲାମଡେଜ’ର ଏକ ଚମତ୍କାର ଏବଂ ବହୁମୁଖୀ ଶୃଙ୍ଖଳା ଉପଲବ୍ଧ ହେଉଛି । ଏହି ଷ୍ଟୋରରେ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଗହଣା ‘ଅବୀର’ ଏବଂ ତନିସ୍କର ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ସବ୍‌-ବ୍ରାଣ୍ଡ ‘ରିଭା’ର ଅଳଙ୍କାର ମଧ୍ୟ ରହିଛି । ରିଭାକୁ ଭାରତର ବିଭିନ୍ନ ଅଞ୍ଚଳର ମହିଳାଙ୍କ ଫ୍ୟାସନ ପସନ୍ଦ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଯତ୍ନର ସହ ପ୍ରସ୍ତୁତ କରାଯାଇଛି ।

 

Comments are closed.