ପଇଦାପାଟଣା ପଞ୍ଚାୟତରେ ମାଗଣା ସ୍ବାସ୍ଥ୍ୟ ଶିବିର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତରେ ମାଗଣା ସ୍ବାସ୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଛି। ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ଘଟଗାଁ ଓ ଝାରବେଡା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟବ୍ରତ ଦାଶ, ଆୟୁଷ ଡାକ୍ତର ସସ୍ମିତା ମହାନ୍ତ, ଫାର୍ମାସିଷ୍ଟ ଯଯାତି ମହାନ୍ତ, ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଗିରି ଓ ଗିତାରାଣୀ ମହାନ୍ତ ପ୍ରମୁଖ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଛନ୍ତି।‌ ଗ୍ରାମାଞ୍ଚଳରେ ରହୁଥିବା ବହୁ ଲୋକ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଯାଇ ଗୁଣିଗାରେଡିକୁ ବିଶ୍ବାସ କରୁଥିବାରୁ ଏହି ସ୍ବାସ୍ଥ୍ୟ ଶିବିର କରାଯାଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ। ଏଠାରେ ୩୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।

Comments are closed.