www.samajalive.in
Sunday, December 7, 2025
14.1 C
Bhubaneswar

ସଲମାନଙ୍କୁ ହତ୍ୟା ଧମକ; ସାମ୍ନାକୁ ଆସିଲା ବିଷ୍ଣୋଇ ଗ୍ୟାଙ୍ଗ୍‌ର ପାକିସ୍ତାନ ଲିଙ୍କ୍‌

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଉଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ତେବେ ଏହି ଧମକ ପଛରେ ପାକିସ୍ତାନର ଲିଙ୍କ୍‌ ଥିବା ନେଇ ପର୍ଦ୍ଦାଫାଶ କରିଛି ମୁମ୍ବାଇ ପୁଲିସ। ବାବା ସିଦ୍ଦିକୀଙ୍କୁ ହତ୍ୟା ପରେ ସଲମାନଙ୍କୁ ହତ୍ୟା କରାଯିବା ନେଇ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଥିଲା। ଏହା ପରେ ମୁମ୍ବାଇ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଗିରଫ କରିବାରେ ଲାଗିପଡ଼ିଛି। ଗତ ବୁଧବାର ହରିୟାଣାର ପାନିପତରୁ ସୁଖବୀର ବଲବୀର ସିଂହ ଓରଫ ସୁଖାକୁ ଗିରଫ କରିଛି ପୁଲିସ। ସୁଖା ଧରାପଡ଼ିବା ପରେ ସଲମାନଙ୍କୁ ହତ୍ୟା ଧମକ ପଛରେ ପାକ୍‌ ଲିଙ୍କ ଥିବା କଥା ସାମ୍ନାକୁ ଆସିଛି। କାରଣ ବିଷ୍ଣୋଇ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ପାକିସ୍ତାନୀ ଡିଲର। ସୁଖା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ସଲମାନଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିଲା। ଏହା ସହିତ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଡିଲରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ମଧ୍ୟ କହିଥିଲା। ସଲମାନଙ୍କୁ ହତ୍ୟା ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚାଲାଣ କରାଯାଇ ଭାରତକୁ ଆଣିବାକୁ ଯୋଜନା ଥିଲା।

ଗତ ଏପ୍ରିଲ ମାସରେ ସଲମାନଙ୍କ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା। ସଲମାନଙ୍କୁ ହତ୍ୟା ପାଇଁ ଏହି ଗୁଳିମାଡ଼ କରାଯାଇଥିଲା। ସୁଖା ସଲମାନଙ୍କୁ ହତ୍ୟା ପାଇଁ ୪/୫ ଜଣଙ୍କୁ ନିୟୋଜିତ କରିବା ସହିତ ୨୫ ଲକ୍ଷ ଟଙ୍କା ସୁପାରି ଦେଇଥିଲା।  ଏହି ମାମଲାରେ ମୁମ୍ବାଇ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ୧୮ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories