www.samajalive.in
Sunday, December 7, 2025
14.1 C
Bhubaneswar

ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ

ଭୁବନେଶ୍ୱର : ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟରେ ପୁଣି ଦେଖାଦେବେ ମହାବଳ ବାଘ । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏନ୍ଟିସିଏର ଟାଇଗର ରିକଭରି ପ୍ଲାନ ଅନୁଯାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ଡ.ସୁଶାନ୍ତ ନନ୍ଦ।

୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବାବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି। ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ରହିଛି। ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ। ଏଥିପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ପିସିସିଏଫ। ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି। ୨୦୧୭-୧୮ ମସିହାରୁ ଆଜି ପର୍ଯ୍ୟନ୍ତ ୭ଶହ ପରିବାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରୁ ସ୍ୱଇଚ୍ଛାରେ ସ୍ଥାନାନ୍ତରିତ ହୋଇସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା। ୬ଶହ ବର୍ଗ କିଲୋମିଟର ଜାଗା ଅଭୟାରଣ୍ୟକୁ ମିଳିସାରିଛି। ଏହି ଜାଗାରେ ଘାସପଡ଼ିଆରେ ପରିଣତ କରାଯାଇଛି। ଯାହାକି ତୃଣଭୋଜି ପ୍ରାଣୀଙ୍କ ପାଇଁ ବହୁ ଉପକାରୀ ହୋଇପାରିଛି ବୋଲି ସେ କହିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଗୁରୁବାର ଆଧୁନିକ ଯାନର ବ୍ୟବସ୍ଥା କରାଯାଇଛି।

- Advertisement -

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାପାଇଁ ମହାନଦୀ କୋଲଫିଲ୍ଡ (ଏମ୍ସିଏଲ) ତରଫରୁ ୧୨ ସ୍ବତନ୍ତ୍ର ଭାବରେ ନିର୍ମିତ ଗାଡି ଗୁରୁବାର ପ୍ରଦାନ କରାଯାଇଛି। ପହରା କାର୍ଯ୍ୟରେ ବ୍ୟବହାର ପାଇଁ ନିର୍ମିତ ଏହି ଗାଡି ଗୁଡିକରେ ଅନେକ ଆଧୁନିକ ବ୍ୟବସ୍ଥା ଜିପିଏସ୍, ନାଭିଗେସନ୍, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ବିଭିନ୍ନ ସରଞ୍ଜାମ ରହିଛି। ଗାଡିଗୁଡିକ ଶିକାରୀମାନଙ୍କ ଦୃଷ୍ଟିକୁ ଏଡାଇଯିବା ଭଳି ବିଶେଷ ଭାବରେ ରଙ୍ଗ କରାଯାଇଛି। ଜଙ୍ଗଲରେ ଘାଟି ଓ କଷ୍ଟସାଧ୍ୟ ଅଞ୍ଚଳରେ ଚାଲିବା ପାଇଁ ଏହି ଗାଡିଗୁଡିକରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବା ସହିତ ଅଧିକ ସୁରକ୍ଷା କର୍ମଚାରୀ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସମ୍ବେଦନଶୀଳ ଅଞ୍ଚଳରେ ଏହି ଗାଡିଗୁଡିକ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ ।

ଚନ୍ଦକା- ଡମପଡା  ଅଭୟାରଣ୍ୟର ଭରତପୁରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ମହାନଦୀ କୋଲଫିଲ୍ଡ ଲିଃର ମୁଖ୍ୟ ପରିଚାଳନା ନିର୍ଦେଶକ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଏହି ପାଟ୍ରୋଲିଂ ଗାଡ଼ିର ଶୁଭାରମ୍ଭ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories