ସାପର ଜୀବନ ରକ୍ଷା କଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାପ କଥା ମନକୁ ଆସିବା ମାତ୍ରେ ଭୟ ଲାଗିଥାଏ । କିନ୍ତୁ ଜଣେ ଯୁବକ ସିପିଆର୍ ଦେଇ ଏକ ସାପର ଜୀବନ ରକ୍ଷା କରିଛନ୍ତି । ଏମିତି ଏକ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ଗୁଜରାତର, ଏବଂ ଯୁବକ ଜଣକ ହେଉଛନ୍ତି ୟଶ୍ ତଡବୀ । ୟଶ୍ ବଡୋଦରାର ବନ୍ୟଜନ୍ତୁ ରକ୍ଷକ । ତାଙ୍କୁ ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ପାଇଁ ଏକ ଫୋନ୍ କଲ୍ ଆସିଥିଲା । ଏକ ସାପ ମରିଯାଇଥିବା ତାଙ୍କୁ ସୂଚନା ମିଳିଥିଲା । ସେ ଘଟଣାସ୍ଥଳରେ ପହଞ୍ଚି ସାପଟି ଆହତ ହୋଇଥିବା ଦେଖିବାକୁ ପାଇଥିଲେ । ସାପଟି ବେହୋଶ୍ ଥିଲା । ସେ ସିପିଆର୍ ଦେଇ ସାପର ଜୀବନ ରକ୍ଷା କରିଥିଲେ । ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Comments are closed.