www.samajalive.in
Saturday, December 6, 2025
17.1 C
Bhubaneswar

ମନ୍ଥର ଗତିରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପୋଲ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ପଶ୍ଚିମଓଡିଶାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଫଳରେ ସମୟସୀମା ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ଅନିଶ୍ଚିତତା ଦେଖାଦେଇଛି।

ପ୍ରକାଶ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବଦଲା ଠାରୁ ବଡବନ୍ଧ ପର୍ଯ୍ୟନ୍ତ କେବଳ ପୋଲ ଏବଂ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କଙ୍କନ ରେଲୱେ ନାମକ ଠିକାସଂସ୍ଥାକୁ ମିଳିଛି। ମାତ୍ର ଉକ୍ତ ଠିକାସଂସ୍ଥା ଏହି ନିର୍ମାଣ କାର୍ଯ୍ୟ ନିଜେ କରିବା ବଦଳରେ ଏସଆରସି ନାମକ ଏକ ପେଟି ଠିକାଦାରକୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡିଛି। ଯାହା ଫଳରେ ଖୋଦ୍ଧ୭ା-ବଲାଙ୍ଗୀର ରେଳପଥ ନିର୍ମାଣ ପ୍ୟାକେଜ-୩ ଅର୍ନ୍ତଗତ ପାଖାପାଖି ୨୧ଟି ଛୋଟବଡ ପୋଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ସାଙ୍ଗକୁ ଧିମା ଗତିରେ ଚାଲିଥିବା ଜଣାପଡିଛି। ପୋଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଧିମା ଗିତିରେ ଚାଲିଥିବା ବେଳେ ଏହାର ତଦାରଖ ଦାୟିତ୍ୱରେ ଥିବା ଥାର୍ଡପାର୍ଟୀ କନସଲାଟାଂଟ ଏବଂ ରେଲୱେ ଇଂଜିନିୟରଙ୍କ ନୀରବତା ନିର୍ମାଣର ସ୍ଥାୟୀତ୍ୱ ଏବଂ ମାନ ଉପରେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି।

- Advertisement -

ଖାଲି ସେତିକି ନୁହେଁ ପିଲାର ଷ୍ଟ୍ରକଚର ପାଇଁ ବହୁ ସ୍ଥାନରେ ଲୁହାଛଡ ମାସ ମାସ ଧରି ଠିଆ ହୋଇଥିବାରୁ ସେଗୁଡାକ ବଙ୍କେଇବା ଅବସ୍ଥାରେ ରହିଥିବାରୁ ପିଲାର ଢଳେଇ ହେଲେ ଫାଟ ସୃଷ୍ଟି ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।ଅନ୍ୟପଟେ ହାଏଲେବୁଲୁ ବ୍ରିଜ ନିର୍ମାଣରେ ନିୟୋଜିତ ବାହାର ରାଜ୍ୟର ଶ୍ରମିକଙ୍କ ସୁରକ୍ଷା ଦିଗରେ ରେଲୱେ କତୃପକ୍ଷ ଏବଂ ଠିକାସଂସ୍ଥା ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି ।

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ହାଏଲେବୁଲ ବ୍ରିଜ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷା ଏବଂ ନିରାପତା ପାଇଁ ଠିକାସଂସ୍ଥା ସୁରକ୍ଷା ଉପରେ ଆଦୌ ଚିନ୍ତା ପ୍ରକଟ ନକରିବା ଏବଂ ଏହାର ତଦାରଖ ଦାୟିତ୍ୱରେ ଥିବା ଥାର୍ଡପାର୍ଟୀ କନସଲଟାଂଟ ଏବଂ ରେଲେଓ ଇଂଜିନୟରଙ୍କ ଏହା ଉପରେ ଦୃଷ୍ଟି ନପଡିବା ଘଟଣା ନାନା ପ୍ରଶ୍ନ ସୃଷ୍ଟି କରିଛି । ଗତ ୦୯ତାରିଖ ସଂନ୍ଧ୍ୟାରେ ପୁରୁଣାକଟକ ସତସଙ୍ଗ ନିକଟରେ ନିର୍ମାଣଧିନ (୪୬୪) ନମ୍ବର ପୋଲ କାର୍ଯ୍ୟ କରୁଥିବା ବେଳେ ଉଚ୍ଚଶକ୍ତି ସମ୍ପନ୍ନ ଡି.ଜି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଝାଡଖଣ୍ଡ ଗିରିଡି ଅଂଚଳର ମହମ୍ମଦ ମୀନାଜ ଅଂସାରୀ (୨୦) ନାମକ ଜଣେ ଅଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଘଟଣା ନଜରକୁ ଆସିଥିଲା।

ରେଳପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶହ ଶହ ଶ୍ରମିକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ଶ୍ରମଅଧିକାରୀଙ୍କ ପାଖରେ ବାହାର ରାଜ୍ୟର ଶ୍ରମିକଙ୍କ ତାଲିକା ରହିଛି ନାଁ ନାହିଁ ଏସବୁ ଦିଗରେ ତଦନ୍ତ କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ପୁରୁଣାକଟକ –ତିଲେଶ୍ୱର ରାସ୍ତାର ରେଳପଥ କ୍ରସିଂ ପାଇଁ ନିର୍ମାଣଧିନ ଓଭରବ୍ରିଜ ସଂଯୋଗ ରାସ୍ତା ବିନା ଜମି ଅଧିଗ୍ରହଣରେ ଚାଲିଥିବା ଦେଖିବାକୁ ମିଳିଛି।ରେଳପଥ ଠିକାସଂସ୍ଥା ତ୍ରୁଟିପୂର୍ଣ୍ଣ ସଂଯୋଗ ରାସ୍ତା ବିନା କ୍ରାସ ବ୍ୟାରିଅରରେ ନିର୍ମାଣ କରୁଥିବା ବେଳେ ଶ୍ରମିକଙ୍କ ଏବଂ ଜନ ସାଧାରଣଙ୍କ ନିରାପତା ସୁରକ୍ଷା ଦିଗରେ ଧ୍ୟାନ ଦେବା ଉଚିତ୍‌ ବୋଲି ଦାବି ହେଉଛି।

ଗୋଟିଏ ଲେବୁଲ କ୍ରସିଂ ସଂଯୋଗ ରାସ୍ତା ସିଧାରେ ନିର୍ମାଣ ବଦଳରେ ସି –କ୍ରଭ ଡିଜାଇନରେ ନିର୍ମାଣକୁ ରେଲୱେ ବିଭାଗ କିପରି ଅନୁମତି ପ୍ରଦାନ କଲେ ସେ ନେଇ ବଡ ପ୍ରଶ୍ନଚିହ୍ନ ଛିଡା କରିଛି।ସଂଯୋଗ ରାସ୍ତା ନିର୍ମାଣ ପୂର୍ବରୁ ଉଚ୍ଚ କ୍ଷମତା ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ତାର ଥିବା ବେଳେ ଏଭଳି ବିପଦପୂର୍ଣ୍ଣ ଉଚ୍ଚା ଏବଂ ଗଡାଣିଆ ରାସ୍ତା ଉପରେ ସବୁ ସମୟରେ ଦୁର୍ଘଟଣା ଘଟିବା ଯଥେଷ୍ଟ ଆଶଙ୍କା ରହିଛି। ଏ ଦିଗରେ ଖୋର୍ଦ୍ଧା-ବଲାଙ୍ଗୀର ଡେପୁଟି ଚିଫ ଇଂଜିନିୟର ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଠିକା ସଂସ୍ଥା ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ସାଧାରଣରେ ଦାବୀ ଉଠୁଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ଏବଂ ଶ୍ରମିକଙ୍କ ସୁରକ୍ଷା ଓ ନିରାପତା ଦୃଷ୍ଟିରୁ ଜିଲ୍ଲାପାଳ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ଶୁଶାନ୍ତ ପାଇକରାୟଙ୍କୁ ପଚାରିବାରୁ ଦେହ ଅସୁସ୍ଥ କାରଣରୁ ମୁଁ ଏମ୍ସ ମେଡିକାଲରେ ଚିକିତ୍ସାଧିନ ଥିବାରୁ ଏ ବିଷୟରେ ଏବେ କିଛି କହିପାରିବେ ନାହିଁ ବୋଲି କହିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories