www.samajalive.in
Sunday, December 7, 2025
26.1 C
Bhubaneswar

ବାଲିଯାତ୍ରାରେ ବଲିଉଡ ନାଇଟ୍: ଆସିବେ ସୋନୁ ନିଗମ, ସୁରେଶ ଓ୍ବାଡକର

କଟକ:  ଏଥର ଅଧିକ ଆକର୍ଷଣୀୟ ହେବ କଟକର ଐତିହାସିକ ବାଲିଯାତ୍ରା। ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବାବେଳେ ଗତକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍ ୧୧୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବାବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଡ଼ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୯ ତାରିଖରୁ ଏଥିପାଇଁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏହା ସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ୍-କଟକ ପ୍ୟାଭିଲିଅନରେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ସିନେମାର ଥିମ୍ ପ୍ରଦର୍ଶିତ ହେବ। ଏହା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ କଳାକାର ସୋନୁ ନିଗମ୍, ସୁରେଶ ଓ୍ବାଡେକର, ଅନୁପ ଜଲୋଟା ଏବଂ ପୀୟୁଷ ମିଶ୍ରଙ୍କ ସହ ଓଲିଉଡ କଳାକାରମାନେ। ମଧ୍ୟ ସଙ୍ଗୀତ ପରିବେଷଣ କରିବେ। ବାଲିଯାତ୍ରାର ଐତିହ୍ୟ ଏବଂ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ୍ ମାଧ୍ୟମରେ ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ହେବ। ଏହା ସହ ଚଳିତବର୍ଷ ପାର୍କିଂ ଫି କମିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories