www.samajalive.in
Tuesday, December 9, 2025
15.1 C
Bhubaneswar

କେମିତି ବଞ୍ଚିବ ଚାଷ ଜମି? କ୍ଷୁଧା ମୁକ୍ତ ବିଶ୍ୱ ଗଠନ ସ୍ୱପ୍ନ କେବେ ହେବ ପୂରଣ..

ସମାଜ ଡିଜିଟାଲ ଡେସ୍କ : ବଞ୍ଚିବା ପାଇଁ ଖାଦ୍ୟ ଓ ଜଳ ନିତାନ୍ତ ଆବଶ୍ୟକ । ମାତ୍ର ଈଶ୍ୱର ଓ ପ୍ରକୃତି ଦତ୍ତ ଏହି ୨ଟି ଉତ୍ସକୁ ବିକାଶ ନାମରେ ବିନାଶ କରିବାରେ ଲାଗି ପଡିଛି ମନୁଷ୍ୟ ଜାତି । ପ୍ରତିବର୍ଷ ଏକ ଆକଳନ ଅନୁସାରେ କ୍ଷୁଧାରେ ପ୍ରାୟ ୧ କୋଟି ଲୋକେ ପ୍ରାଣ ହରାଉଛନ୍ତି । ଯଦି ଦେଖାଯାଏ, ଏହି ସଂଖ୍ୟା ଦୈନିକ ୨୫ ହଜାରରୁ ଅଧିକ ହେବ । ଦୈନିକ ସମଗ୍ର ମନୁଷ୍ୟ ଜାତି ଯେତିକି ଖାଦ୍ୟ ନଷ୍ଟ କରେ, ତାହା ଅତି କମ୍‌ରେ ୧୦ ଲକ୍ଷ ଲୋକଙ୍କ ଭୋକ ମେଣ୍ଟାଇପାରିବ । ମାତ୍ର ଖାଦ୍ୟ ବିର୍ନବ୍ୟୟ ସହ ଚାଷ ଜମିକୁ ଅଣ କୃଷି ବିଶେଷତଃ କୋଠାବାଡି,କଳକାରଖାନା ଆଦି ନିର୍ମାଣ କ୍ଷେତ୍ରରେ ବ୍ୟବହାର କରାଯିବା ଦ୍ୱାରା ଫସଲ ଉତ୍ପାଦନ ଆଶାନୁରୂପ ବୃଦ୍ଧି ପାଉନଥିବାରୁ ଏହା ଗୁରୁତର ସମସ୍ୟା ସୃଷ୍ଟି କଲାଣି ।

ଭିଡିଓରେ ଦେଖନ୍ତୁ; ବାଛୁରୀକୁ ଗୋଟା ଗିଳିଦେଲା ଅଜଗର, ତା’ପରେ ସ୍ଥାନୀୟଲୋକେ କଲେ ଏମିତି..

- Advertisement -

ଏକ ପରିସଂଖ୍ୟନ ଅନୁଯାୟୀ, ଓଡିଶାରେ ପ୍ରତିବର୍ଷ ୧୦୦ ଏକରରୁ ଅଧିକ ଚାଷ ଜମିରେ କୋଠାବାଡି ନିର୍ମାଣ ହେବା ଯୋଗୁଁ ସେହି ଅଞ୍ଚଳର ପାରମ୍ପରିକ ଚାଷ ଗଭୀର ଭାବେ ପ୍ରଭାବିତ ହେଲାଣି । ଚାଷ ପ୍ରତି ଲୋକଙ୍କ ଅନାଗ୍ରହ ଭାବ ଦୂର କରି ଅଧିକ ଯୁବଶକ୍ତିକୁ କୃଷି କାର୍ଯ୍ୟରେ ନିୟୋଜିତ କରିବା ଏହି କ୍ଷେତ୍ରରେ ଅଧିକ କର୍ମ ସଂସ୍ଥାନ ସୃଷ୍ଟି କରିବା ଏବଂ ଚାଷ ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ନିରୁତ୍ସାହିତ କରିବା ପାଇଁ ଉଦ୍ୟମ ହେବା ଆଜିର ଆବଶ୍ୟକତା ହେଲାଣି ।

ଖାଦ୍ୟ ଅପଚୟ ରୋକିବା ପାଇଁ ପୃଥିବୀର କୌଣସି ଦେଶରେ କଠୋର ଆଇନ ପ୍ରଣୟନ କରାଯାଇ ନାହିଁ । ଭାରତ ଭଳି ଦେଶରେ ବିବାହ, ବ୍ରତ ଆଦି ଉତ୍ସବରେ ଯେତିକି ଖାଦ୍ୟ ନଷ୍ଟ ହୁଏ, ତାହା ଲକ୍ଷ ଲକ୍ଷ ଲୋକଙ୍କର ଭୋଜନ ଚାହିଦା ପୂରଣ କରି ପାରନ୍ତା । ମାତ୍ର ଏ ଦିଗରେ କଠୋର ଆଇନ କିମ୍ବା ବିଶେଷ କିଛି ସଚେତନତା ସୃଷ୍ଟି କରାଯାଇନାହିଁ । ଫଳରେ ଖାଦ୍ୟ ନଷ୍ଟ ହେଉଛି, ଭୋକିଲା ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଖାଦ୍ୟ ଅପଚୟ ରୋକିବା ଲାଗି ସଚେତନତା ସୃଷ୍ଟି ଉଦେଶ୍ୟରେ ଅଳ୍ପ କିଛି ସଙ୍ଗଠନ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କ ଭୂମିକା ନଗଣ୍ୟ ରହିଛି । ବିଶ୍ୱ ଖାଦ୍ୟ ଦିବସ ଅବସରରେ ଓଡିଶା ସମେତ ପ୍ରତ୍ୟେକ ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଦାବି ଉଠାଇଲେଣି ।

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories