ଓଲଟିଲା ଅଟୋ, ୧୨ ମହିଳା ଶ୍ରମିକ ଆହତ
ପଦ୍ମପୁର : ରାମନାଗୁଡାଠାରେ ରାସ୍ତା କାମ ସାରି ପଦ୍ମପୁର ଫେରୁଥିବାବେଳେ ୩୨୬ ନମ୍ୱର ଜାତୀୟ ରାଜପଥର ଗୁମୁଡା ମସାରିଗୁଡ଼ା ନିକଟରେ ଅଟୋ ଓଲଟି ପଡିବାରୁ ୧୨ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ବ୍ରହ୍ମପୁର, ରାୟଗଡା ଓ ଗୁଣପୁର ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି। ଅଟୋରେ ଆବଶ୍ୟକଠାରୁ ଅଧିକ ଯାତ୍ରୀଙ୍କୁ ନେବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଅଟୋ ଚାଳକ କିମ୍ୱା ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
Comments are closed.