www.samajalive.in
Sunday, December 14, 2025
16.1 C
Bhubaneswar

ପାକିସ୍ତାନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିବେ। ଶଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିବେ ଜୟଶଙ୍କର। ଗତ ଅନେକ ବର୍ଷ ଧରି ଉଭୟ ଦେଶ ଭିତରେ ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ହେବ।

ଇସଲାମାବାଦରେ ପହଞ୍ଚିବା ପରେ ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ସ୍ବାଗତ ଭୋଜିରେ ଯୋଗଦେବେ ଜୟଶଙ୍କର। ତେବେ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରାୟ ୯ ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ। ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ମସିହା ଡିସେମ୍ବର ମାସରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories