www.samajalive.in
Saturday, December 6, 2025
17.1 C
Bhubaneswar

ଚିରାଗ ପାସଓ୍ବାନଙ୍କ ସୁରକ୍ଷା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନଙ୍କ ସୁରକ୍ଷା ବଢାଇଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ଚିରାଗଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଚିରାଗଙ୍କୁ ଏସଏସବି କମାଣ୍ଡୋଙ୍କ ସୁରକ୍ଷା ଦିଆଯାଇଥିଲା। ଜେଡ୍‌ ବର୍ଗର ସୁରକ୍ଷା ମିଳିବା ସହ ଏବେ ତାଙ୍କୁ ସିଆରପିଏଫ ଯବାନ ସୁରକ୍ଷା ଦେବେ।

ଜେଡ୍‌ ବର୍ଗର ସୁରକ୍ଷା ବଳୟରେ ଚିରାଗଙ୍କ ଆଖପାଖରେ ୨୨ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଏଥିରେ ସିଆରପିଏଫ ଯବାନଙ୍କ ବ୍ୟତୀତ ଚାରିରୁ ପାଞ୍ଚ ଏନଏସଜି କମାଣ୍ଡୋ ଏବଂ କିଛି ପୁଲିସ୍ କର୍ମୀ ନିୟୋଜିତ ରହିବେ। ଏହା ବ୍ୟତୀତ ତାଙ୍କ ସୁରକ୍ଷାରେ ଏକ ଏସକର୍ଟ ଗାଡ଼ି, ଗୋଟିଏ ପାଇଲଟ୍ ଗାଡ଼ି ଏବଂ ଯାତ୍ରା ସମୟରେ ବିଭିନ୍ନ ସ୍ତରର ସୁରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ତାଙ୍କ ଘରେ ୧୦ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଚିରାଗଙ୍କୁ ଆହୁରି ଅନେକ ଯବାନଙ୍କଠାରୁ ସୁରକ୍ଷା ମିଳିବ।

- Advertisement -

ଏଠାରେ ସୂଚନାଯୋଗ୍ୟ, ଜେଡ୍‌ ସୁରକ୍ଷା କେବଳ ସେହି ଲୋକଙ୍କୁ ପ୍ରଦାନ କରାଯାଇଯାଏ ଯାହାର ଜୀବନ ଅଧିକ ବିପଦରେ ଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories