www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ରେକ୍ସିଟ୍‍ ମାମଲା : ଥେରେସା ମେ’ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ବ୍ରେକ୍ସିଟ୍‍ ମାମଲାରେ ବ୍ରିଟେନ ପାର୍ଲାମେଣ୍ଟରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ୟୁରୋପୀୟ ସଂଘରୁ ଓହରିଆସିବା ସଂକ୍ରାନ୍ତ ରାଜିନାମାକୁ ହାଉସ୍‍ ଅଫ୍‍ କମନ୍‍ସ୍‍ରେ ପାସ୍‍ କରାଇବା ପାଇଁ ତାଙ୍କର ଉଦ୍ୟମ ବିଫଳ ହୋଇଛି। ୪୩୨ଟି ଭୋଟ୍‍ ମଧ୍ୟରୁ ଏହା ବିପକ୍ଷରେ ୨୩୦ଟି ଭୋଟ୍‍ ଯାଇଥିବାବେଳେ ସପକ୍ଷରେ ମାତ୍ର ୨୦୨ ଭୋଟ୍‍ ଯାଇଛି। ଆଧୁନିକ ବ୍ରିଟିସ ରାଜନୈତିକ ଇତିହାସରେ ଜଣେ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଶୋଚନୀୟ ପରାଜୟ। ଥେରେସା ମେ’ଙ୍କ କଞ୍ଜରଭେଟିଭ ପାର୍ଟିର ୧୦୦ ଜଣ ଏମ୍‍.ପି. ଏହା ବିପକ୍ଷରେ ମତଦାନ କରିଛନ୍ତି। ଏହି ପରାଜୟ ସହ ଗତ ଦୁଇ ବର୍ଷ ଧରି ଚାଲିଥିବା ତାଙ୍କର ଯୋଜନାକୁ ଶକ୍ତ ଧକ୍କା ଲାଗିଛି।
ୟୁରୋପୀୟ ସଂଘରୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଉପାୟରେ ବ୍ରିଟେନ୍‍ ଓହରିଆସିବାକୁ ସେ ଉଦ୍ୟମ କରିଆସୁଥିଲେ। ତାଙ୍କର ଏହି ପରାଜୟ ପରେ ବିରୋଧୀ ଦଳ ଲେବର ପାର୍ଟି ନେତା ଜେରେମି କର୍‍ବିନ୍‍, ମେ’ଙ୍କ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ବୁଧବାର ରାତି ସୁଦ୍ଧା ଏହା ଉପରେ ଆସ୍ଥାସୂଚକ ଭୋଟ ଲୋଡାଯିବାର ସମ୍ଭାବନା ଅଛି। ଥେରେସା ମେ’ ସାଂସଦ ମାନଙ୍କୁ କହିଛନ୍ତି, ଯଦି ସେ ଆସ୍ଥାସୂଚକ ଭୋଟରେ ବିଜୟୀ ହୁଅନ୍ତି, ତେବେ ସପ୍ତାହେ ମଧ୍ୟରେ ଏକ ବିକଳ୍ପ ଯୋଜନା ସଭାଗୃହରେ ଉପସ୍ଥାପନ କରିବେ। ତେବେ ଛୋଟ ଦଳ ନଦର୍ଣ୍ଣ ଇରିସ ଡିୟୁପି ପାର୍ଟି ବ୍ରେକ୍ସିଟ୍‍କୁ ସମର୍ଥନ କରି ନ ଥିବା ସତ୍ତ୍ବେ ଅନାସ୍ଥା ପ୍ରସ୍ତାବରେ ମେ’ ସରକାରଙ୍କୁ ସମର୍ଥନ କରିବା କଥା କହିଛି। ବ୍ରେକ୍ସିଟ୍‍କୁ ସମର୍ଥନ କରୁଥିବା କଞ୍ଜରଭେଟିଭ୍‍ ପାର୍ଟି ସଦସ୍ୟମାନେ ଥେରସା ମେ’ଙ୍କୁ ସମର୍ଥନ କରିବା କଥା ଜଣାଇଛନ୍ତି।

Hot this week

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

Related Articles

Popular Categories