ବୀରପୁଅ ସହିଦ ହରିଶଙ୍କୁ ଶେଷ ସଲାମ, ଲୁହରେ ଭିଜିଲା କେଶଦୁରାପାଳ ମାଟି
କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ହରିଶ୍ ବାରିକ୍ ନାସିକ ଠାରେ ଯବାନ ରୂପେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଯାଇଛନ୍ତି। ସୂଚନାରୁ ପ୍ରକାଶ ବୁଧବାର ଦିନ ହରିଶ୍ କାର୍ଯ୍ୟରତ ଥିବା ଅବସ୍ଥାରେ ହୃଦଘାତର ଶିକାର ହୋଇ ଦେଶ ମାତୃକା ପାଇଁ ଜୀବନ ହରାଇଛନ୍ତି। ଗୁରୁବାର ତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ, ସେଠାରୁ ନିଜ ମାତୃଭୂମି କେଶଦୁରାପାଳ ଗ୍ରାମ ଅଭିମୁଖେ ଆସିଥିଲ। ନିଜଗାଁରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆଣି ଗ୍ରାମ ପରିକ୍ରମା କରିବା ପରେ ମରଶରୀରକୁ ରେମାଳ ନଦୀ କୂଳରେ ଗାର୍ଡ ଅଫ ଅନର୍ ଦିଆଯାଇ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହାକୁ ନେଇ ଘଷିପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ , ବିଜେପି ବିଧାୟକ ନେତା ଶମ୍ଭୁନାଥ ରାଉତ, ବିଜେଡି ନେତା ଦେବାଶିଷ ପାତ୍ର, ହରିହର ମିଶ୍ର, ଆକାଶ ରଥ, ପଶୁରାମ ମହାରଣା ପ୍ରମୁଖ ସହିଦଙ୍କ ପରିବାର ନିକଟରେ ପହଞ୍ଚି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସହିଦଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ।
Comments are closed.