www.samajalive.in
Saturday, December 13, 2025
26.1 C
Bhubaneswar

କୂଅରେ ପଡ଼ିଛି ଦନ୍ତା ହାତୀ : ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ

ଭବାନୀପାଟଣା: କୂଅରେ ପଡ଼ିଛି ଦନ୍ତା ହାତୀ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ର ଜାମପଡ଼ା ଗାଁରେ।  ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଦନ୍ତା ହାତୀ ପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ହାତୀଟି କୂଅ ରେ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ଆଜି ସକାଳେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହିତ ପହଞ୍ଚି ଛନ୍ତି। ଏହି ଅଞ୍ଚଳଟି ହାତୀ କରିଡ଼ର ଭାବେ ଜଣାଶୁଣା। ଗତ ପ୍ରାୟ ଦୁଇ ବର୍ଷ ତଳେ ଏହି ଗାଁ ରେ ଦୁଇ ହାତୀ ମଧ୍ୟରେ ଲଢେ଼ଇ ରେ ଗୋଟାଏ ଦନ୍ତାର ମୃତ୍ୟୁ ଘଟିଥିଲା। ପରେ ପରେ ୧୧ କେଭି ତାରରେ ଲାଗି ଅନ୍ୟ ଗୋଟିଏ  ହାତୀ ର ମଧ୍ୟ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ଦିନ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ସୌରାପଦର ଗାଁ ରେ ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଛୁଆ ହାତୀ ପଡ଼ିଥିଲା। ତାକୁ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories