www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରକୃତି ବନ୍ଧୁ ସମ୍ମାନରେ ଯୁବ ସମାଜସେବୀ ରାଜେଶ ସମ୍ମାନିତ

ଫୁଲବାଣୀ: ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ବର୍ଷ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯିବା ସହିତ ପୁରସ୍କାର ବାବଦରେ ୧୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଥାଏ। ସେହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟ ଠାରେ ୭୦ ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥିଲା। ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଚେତନତା, ବୃକ୍ଷ ରୋପଣ ଉକ୍ତ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ ଧରି ରାଜେଶ କୁମାର ବଗର୍ତ୍ତୀ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଚଳିତ ବର୍ଷ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ତାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିବା ସହିତ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ରାଜେଶ କୁମାର ବଗର୍ତ୍ତୀଙ୍କ ଘର ଘୁ. ଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ, ବର୍ତ୍ତମାନ ସେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି କରୁଛନ୍ତି। ପୁରସ୍କାର ବାବଦରେ ପାଇଥିବା ୧୦ ହଜାର ଟଙ୍କାକୁ ଆଗାମୀ ଦିନରେ ଗ୍ରାମରେ ଥିବା ଘର ଚଟିଆ ମାନଙ୍କର ସଂରକ୍ଷଣ ପାଇଁ ବିନିଯୋଗ କରିବେ ବୋଲି ସ୍ଥିର କରିଛନ୍ତି।

 

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories