www.samajalive.in
Sunday, December 14, 2025
15.1 C
Bhubaneswar

କେନାଲରେ ବୁଡି ନାବାଳକ ମୃତ

ଫୁଲବାଣୀ: ଶୌଚ ହେବାକୁ କେନାଲ ଯାଇଥିଲା ପାଦ ଖସି ପାଣିରେ ପଡ଼ି ଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତା କନାଲି ଗ୍ରାମର ରସାନନ୍ଦ ଦିଗାଲ ୧୬ ବର୍ଷୀୟା ପୁଅ ବେଣୁ ପାଣି ଦିଗାଲ ବୁଧବାର ସକାଳେ ଗାଁ ପାଖ ଦେଇ ଯାଇଥିବା ପିଲା ସାଳୁଙ୍କୀ ବାମ କେନାଲକୁ ଶୌଚ ହେବା ପାଇଁ ଯାଇଥିଲା କିନ୍ତୁ ସେଠାରେ ଅସାବଧାନତା ବଶତଃ କେନାଲ ପାହାଚରେ ପାଦ ଖସି ପାଣି ଭିତରେ ପଡ଼ି ବୁଡ଼ି ଯିବାରୁ ଆଉ ଘରକୁ ଫେରି ନ ଥିଲା। ବାପା ରସାନନ୍ଦ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଖୋଜା ଖୋଜି କରି ନ ପାଇବାରୁ ଦମକଳ ବାହିନୀ ଏବଂ ଖଜୁରୀପଡ଼ା ପୋଲିସକୁ ଅଭିଯୋଗ କରିଥିଲା। ଅଭିଯୋଗ ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ବାହିନୀ ପହଞ୍ଚି ମୃତ ଶରୀର ଉଦ୍ଧାର କରିଛି। ଏ ନେଇ ଖଜୁରୀପଡ଼ା ଥାନାରେ ୨୪/୨୪ରେ  ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଇ ଦିଆଯାଇଥିବା ସବନିସ୍ପେକ୍ଟର ଦିନ ବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories