www.samajalive.in
Sunday, December 14, 2025
23.1 C
Bhubaneswar

ଶାରଦୀୟ ଦୁର୍ଗା ପୂଜା ଆରମ୍ଭ, ଗାଁରୁ ସହର ସବୁଠି ଚଳଚଞ୍ଚଳ

କେନ୍ଦୁଝରଗଡ଼଼: ଜଗତଜନନୀ ମା’ଦୁର୍ଗାଙ୍କ ଶାରଦୀୟ ପୂଜା ବୁଧବାର ଠାରୁ ଆରମ୍ଭ ହୋଇଛି। ମା’ଙ୍କ ଆଗମନ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁରୁ ସହର। ବୁଧବାର ପୀଠରେ ମହାସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପ ମାନଙ୍କରେ ମହାଷଷ୍ଠୀ ପୂଜା ରହିଛି। ବିଲ୍ୱବରଣ ପରେ ମା’ଙ୍କୁ ଆବାହନ କରାଯାଇ ମଣ୍ଡପ ମାନଙ୍କରେ ଯଥାରୀତି ପୂଜାତ୍ସୋବ ଆରମ୍ଭ ହେବ। ଏଥିପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ମୁଖ୍ୟାଳୟ ସମେତ ଝୁମ୍ପୁରା, ମାଟକାମବେଡା, ଘସିପୁରା, ଆନନ୍ଦପୁର, ସାଇଁକୁଳ, ରାମଚନ୍ଦ୍ରପୁର, ତୁରୁମୁଙ୍ଗା ସମେତ ଜିଲାର ପ୍ରମୁଖ ସ୍ଥାନ ମାନଙ୍କରେ ମା’ଙ୍କ ସୁସଜ୍ଜିତ ମୂର୍ତ୍ତି ସାଙ୍ଗୁ ସୁଛଚ୍ଚ ତୋରଣ ଓ ଆଲୋକ ସାଜସଜ୍ଜାରେ ଝଲସୁଛି କେନ୍ଦୁଝର ସହର। ଗତବର୍ଷ ଠାରୁ ସହରର ଟେଲିଫୋନ ଏକ୍ସଚେଞ୍ଜଛକ ଠାରେ ବଙ୍ଗାଳୀ ସମ୍ପ୍ରଦାୟ ମହିଳାଙ୍କ ପକ୍ଷରୁ ନିଆରା ଦୁର୍ଗା ପୂଜାତ୍ସୋବ ପାଳନ ଆରମ୍ଭ ହୋଇଥିବା ବେଳେ ଚଳିତଥର କିଭଳି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ବିଭିନ୍ନ ପୂଜା କମିଟି ପକ୍ଷରୁ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ମୀନାବଜାର ସାଙ୍ଗକୁ ଭଳିକିଭଳି ଦୋଳି ଓ ଖାଦ୍ୟ ମେଳା ଯେତିକି ଆକୃଷ୍ଟ କରିଛି ସନ୍ଧ୍ୟା ସମୟରେ ଅପେରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ରାତିତମାମ ବାନ୍ଧି ରଖିପାରିଛି। ଶାରଦୀୟ ଦୁର୍ଗା ପୂଜାକୁ କିଭଳି ଭକ୍ତ ଓ ଦର୍ଶକ ମନଭରି ଉପଭୋଗ କରିବେ ସେ ନେଇ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରାୟ ସମସ୍ତ ପୂଜା ମଣ୍ଡପ ମାନଙ୍କରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories