www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାରରେ ଉତ୍କଳମଣି ଜୟନ୍ତୀ

ଚୌଦ୍ୱାର: ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେବକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ସଂସଦ ସମ୍ପାଦକ ଦିବ୍ୟଜ୍ୟୋତି ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭ୍ୟବୃନ୍ଦ ଓ ଅଞ୍ଚଳର ବହୁ ନାଗରିକ ଯୋଗଦେଇ ଓଟିଏମ୍‌‌ ପରିବା ବଜାରସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦ୍‌‌ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ସୁକାନ୍ତ କୁମାର ମହାନ୍ତି, ଭାଗବତ ରାଉତ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ସଂସଦ ସଭାପତି ବିଶ୍ୱକଲ୍ୟାଣ ଦାସ, ବୈଷ୍ଣବ ଚରଣ ପ୍ରଧାନ, କାଉନସିଲର ଆଶୁତୋଷ ଦାସ, ଦେବେନ୍ଦ୍ର ପୃଷ୍ଟି, ପ୍ରେମଚାନ୍ଦ ନାୟକ, ପବିତ୍ର ମୋହନ ସାହୁ, ଅକ୍ଷୟ ଭୁୟାଁ, ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରମୁଖ ଉତ୍କଳମଣୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଗଠନ ସମ୍ପାଦକ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଭାସ୍କର ମହାପାତ୍ର, ସରିତା ଦାସପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସାମଲଙ୍କ ଆବାହକତତ୍ୱରେ ଚୌଦ୍ୱାର ପ୍ରେସ୍‌‌କ୍ଲବ୍‌‌ରେ ଆୟୋଜିତ ଉତ୍କଳମଣିଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ କ୍ଲବ୍‌‌ ସଭାପତି ସମାଜସେବୀ ଦାମୋଦର ସାହୁ ଗୋପବନ୍ଧୁଙ୍କ ନୀତି ଆଦର୍ଶ ଓ ମହତ୍‌‌ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଖବରଦାତା ଗଙ୍ଗାଧର ସାହୁ, ଉପଦେଷ୍ଟା ଏସ୍‌‌.କେ.ପଣ୍ଡା, ପ୍ରକାଶ ନାୟକ, ସୁଧାକର ସାମନ୍ତରାୟ, ଅଜିତ୍‌‌ କୁମାର ସ୍ୱାଇଁ, ବିଶ୍ୱଜିତ ଭଞ୍ଜ, ଶିକ୍ଷାବିତ୍‌‌ ଶିବ ପ୍ରସାଦ ପତି ପ୍ରମୁଖ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ। ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ମାନସ କୁମାର ସାହୁ ଗୋପବନ୍ଧୁଙ୍କ ସମାଜସେବା ଓ ନୀତି ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories