www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରମୁଖ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଶାସନ ସଚିବମାନେ ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ବୁଧବାର କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୂର୍ବାହ୍ଣରେ ଶ୍ରୀ ଶର୍ମା ଜିଲାରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ପରେ ଅପରାହ୍ଣରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାରହଲଠାରେ ଜିଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲାପାଳ ଆଲୋକ କୁମାର ପ୍ରଧାନ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଉପଜିଲାପାଳ କେନ୍ଦୁଝର ଉମାଶଙ୍କର ଦଳାଇ ଓ ଜିଲାସ୍ତରୀୟ ଅନ୍ୟ ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ। ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଜିଲାର ସରକାରୀ ଚିକିତ୍ସାଳୟରେ ଆବଶ୍ୟକ ଥିବା ଡାକ୍ତରଙ୍କ ସଂଖ୍ୟାର ସଜ୍ଞାନ ନେଇଥିଲେ। ଧରଣୀଧର ମେଡିକାଲ କଲେଜରେ ଉପଲବ୍ଧ ଥିବା ଚିକିତ୍ସା ସୁବିଧା ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ପ୍ରତ୍ୟେକ ଘରେ ପାନୀୟଜଳ ପହଞ୍ଚାଇବା ବ୍ୟବସ୍ଥା କାର୍ଯ୍ୟର ତଦାରଖ କରିଥିଲେ। ସେହିପରି ଭାବେ ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲୁ ରହିଥିବା ସେତୁବନ୍ଧ ଯୋଜନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିବା ସହ ଆଗାମୀ ଆର୍ଥିକବର୍ଷ ପାଇଁ ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ। ଆହୁରି ମଧ୍ୟ ପଞ୍ଚସଖା ଶିକ୍ଷା ସେତୁ ଓ ପିଏମଶ୍ରୀ ସ୍କୁଲର ବାର୍ଷିକ ଫଳାଫଳ ସମୀକ୍ଷା କରିବା ସହ ଶିକ୍ଷାର ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ସୁଭଦ୍ରା ଯୋଜନାରେ ଯୋଗ୍ୟା ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆହୁରି ଅଧିକ ତତ୍ପରତାର ସହ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବାକୁ ମିଶନ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ଶିଶୁ ଅପପୃଷ୍ଟି ସମସ୍ୟା ଥିବା ବ୍ଲକ ଗୁଡିକରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ। ଜିଲା ମଙ୍ଗଳ ଅଧିକାରୀଙ୍କ ଅଧୀନ ବିଦ୍ୟାଳୟରେ ବିଗତବର୍ଷ ଗୁଡିକର ସଫଳତା ହାର ତଦାରଖ କରିବା ସହ ଜିଲାରେ ଅଧିକ ଆଇଟିଆଇ ଖୋଲିବା ନିମନ୍ତେ ପ୍ରସ୍ତାବ ଦେବାକୁ କହିଥିଲେ। ସେହିପରି ଜିଲା ସମାଜିକ ସୁରକ୍ଷା, ଯୋଗାଣ ଓ ଟିପିଏନଓଡିଏଲର କାର୍ଯ୍ୟ ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲାର ଦୁଇ ଆକାଂକ୍ଷୀ ବ୍ଲକ ହରିଚନ୍ଦନପୁର ଓ ବାଂଶପାଳରେ ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତାବିତ ସୂଚଙ୍କାକର ଆଧାରିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀ ଶର୍ମା ସମସ୍ତ ବିଭାଗର କାର୍ଯ୍ୟରେ ସନ୍ତୋଷବ୍ୟକ୍ତ କରିବା ସହ ଭବିଷ୍ୟତରେ ଆହୁରି ଅଧିକ ଉତ୍ସାହ ସହକାରେ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ଆହ୍ୱାନ ଦେଇଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories