www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଗାପୂଜାରେ ଚଳଚଞ୍ଚଳ କଲ୍ୟାଣସିଂହପୁର ସହର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରାସୃତି ସଦନ ଠାରେ କରାଯାଉଥିବା ମୂର୍ତ୍ତି ପୂଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ। ଆଜି ମୂର୍ତ୍ତି ପୂଜା ଠାରେ ପୂଜକ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ବେଲବରଣ କରିବା ସହ ଗଙ୍ଗା ଆହ୍ୱାନ କରି କଳସରେ ସୁବାସିତ ଜଳ ଆଣି ପୂଜାମଣ୍ଡସରେ ସ୍ଥାପନ କରିଥିଲେ। କର୍ତ୍ତା ବି ୱାରା ପ୍ରସାଦ ରାଓ ବାଜା ବାଜାବାଜଣା ବଜାଇ, ଶଙ୍ଖ ଧ୍ୱନି ବାଣ ଫୁଟାଇ ମାଆ ଦୁର୍ଗା ମନ୍ଦିରକୁ ଆସି ମାଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମଣ୍ଡଳ ସ୍ଥାପନ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଚଣ୍ଡୀ ପାଠ, ଦୁର୍ଗା, ଗଣେଷ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହସ୍ରନାମ ପାଠ କରାଯିବ ପରେ ହୋମ ଯଜ୍ଞ କରାଯାଇଛି। ମୂର୍ତ୍ତି ପୂଜା ଠାରେ ମେଢ଼, ତୋରଣ, ଆଲୋକ ସଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ ହୋଇ ଉଠିଛି। ମାଆ ଦୁର୍ଗା ମନ୍ଦିର ଠାରେ ଆଜି ମାଆଙ୍କୁ କାଳରାତ୍ରୀ ବେଶରେ ସୁସଜିତ କରି ସପ୍ତମୀ ତିଥି ଅବସରରେ ରୀତିନୀତି ଅନୁଯାୟୀ ସପ୍ତମୀ ପୂଜା କରାଯାଇଛି। ମା’ଙ୍କ ମନ୍ଦିରରେ ରାତ୍ରରେ ପଶୁ ବଳି ଦିଆଯାଇଛି। ଦୁଇଟି ସ୍ଥାନରେ ମହାଆଡ଼ମ୍ବରରେ ଦଶହରା ପୂଜା ପାଳନ କରାଯାଉଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories