ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି : ବୁଧବାର ରାଶିଫଳ

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମହାକ୍ରମୋ, ମହାକର୍ମା, ମହାତେଜା, ମହୋରଗଃ, ମହାକ୍ରତୁ, ମହାଯଜ୍ଜ୍ବା, ମହାଯଞ୍ଜୋ ଓ ମହାହବିଃ ହୋଇପାରନ୍ତି।
ବୃଷ: କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ନିଜେ ନିଜ କାର୍ଯ୍ୟର ସମୀକ୍ଷା କରି ଗର୍ବ ବା ଅହଂକାରକୁ ବିସର୍ଜନ ଦେଇପାରନ୍ତି। ଆକାଂକ୍ଷା ରୂପକ ବେଡ଼ିକୁ ଛିନ୍ନ କଲେ ଅଗ୍ରଗାମୀ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି।
ମିଥୁନ: କାମନା ଭଳି ଅଦମନୀୟ ଅଗ୍ନିଶିଖାକୁ ଚନ୍ଦନ ଶୀତଳା ପତ୍ନୀଙ୍କ ସାହଚର୍ଯ୍ୟ ନିର୍ବାପିତ କରିପାରେ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ନିଜ ସମ୍ମାନର ଟେକ ରଖିବେ। ଆହାର ତୃପ୍ତିଦାୟକ ହେବ।

କର୍କଟ: ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାରରେ ଶତ୍ରୁକୁ କରାୟତ ଓ ପଦାନତ କରିପାରନ୍ତି। ସୀମାହୀନର ସୀମା ଓ ଅସ୍ତିତ୍ବ ହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। ସ୍ଥିତିରେ ସୁଧାର ପାଇଁ ଋଣ ପରିଶୋଧ କରିବେ।
ସିଂହ: ‘ସତ୍ୟଂ ବଦ, ଧର୍ମ ଚର’ ନୀତିକୁ ଆପଣେଇ ନେଇପାରନ୍ତି। ମନର ଆବେଗକୁ ସମର୍ପି ଦେଇ ପାରିଲେ ବୈପ୍ଳବିକ ବିବର୍ତ୍ତନ ଦେଖା ଦେଇପାରେ। ଅର୍ଥାନୁଦାନର ଆଗମନ ସୀମାନ୍ତ ସ୍ପର୍ଶ କରିପାରେ। କନ୍ୟା:କୃଷି ବୈଷୟିକ ଜ୍ଞାନର ଅଗ୍ରଗଣ୍ୟ ହେବେ। ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଯାନବାହନ ସୁଖ ମିଳିପାରେ।
ତୁଳା: ପ୍ରେମ ଏକ ମହାନ୍‌ ଶକ୍ତି ଯାହା ପ୍ରତ୍ୟେକ ଦିଶାରେ ଜୀବନକୁ ଅଗ୍ରଗାମୀ କରାଇବାରେ ଆପଣଙ୍କୁ ସହାୟତା ଦେବ। ବିଭୂ ପ୍ରେମରେ ମଜ୍ଜି ରହି ଆରୋଗ୍ୟତା ଉପଲବ୍ଧ ହେବ। ବ୍ୟାବସାୟିକ ଜ୍ଞାନକୌଶଳ ଦୃଢ଼ ହେବ।
ବିଛା: ଦୈବୀବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହେବେ। ଧନ ଅର୍ଜନ ପାଇଁ ବିବିଧ ଉପାୟ ଚିନ୍ତା କରିବେ। ବିଭାଗୀୟ ସହାୟତା ପାଇ ସ୍ବଚ୍ଛଳ ରହିବେ।
ଧନୁ: ଆୟ ଊଣା ହେବ ନାହିଁ। ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ରିକ୍ତ ହସ୍ତ ହୋଇପାରନ୍ତି। ପରସ୍ପର ସ୍ନେହ ରଖି ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଆହର ସ୍ବାସ୍ଥ୍ୟପ୍ରଦ ହେବ।
ମକର: ଉଚ୍ଚୈଶ୍ରବା ପଞ୍ଚେନ୍ଦ୍ରିୟକୁ ଲଗାଣ ଦେଇପାରିଲେ ଆତ୍ମଜ୍ଞାନୀ ତଥା ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ବିବାଦୀୟ ବିତର୍କରୁ ଓହରି ଆସିବାକୁ ପଡ଼ିବ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।

କୁମ୍ଭ:ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଐକାନ୍ତିକ ଅଭିନିବେଶ ଥିବାରୁ ସଫଳତାର ଆଶା ନିରାଶାରେ ପରିଣତ ହେବ।
ମୀନ: ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଗୁଣ ରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ; କାରଣ ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ। କର୍ମକ୍ଷେତ୍ର ଦେଦିପ୍ୟମାନ ଅଗ୍ନିଶିଖା ପରି ଉଜ୍ଜ୍ବଳମୟ ହୋଇ ରହିବ।

Comments are closed.