www.samajalive.in
Friday, December 5, 2025
23.1 C
Bhubaneswar

୧୦ ଅକ୍ଟୋବରରୁ ବଦଳିବ ବୁଧ ରାଶି; ୩ଟି ରାଶି ଉପରେ ଅଶୁଭ ପ୍ରଭାବ

ସମାଜ ଡିଜିଟାଲ ଡେସ୍କ: ଅକ୍ଟୋବର ୧୦ତାରିଖରୁ ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ୨୫ମିନିଟରେ ବୁଧ ଗୋଚର ତୁଳା ରାଶିରେ ପ୍ରବେଶ କରିବେ। ବୁଧଙ୍କ ଏହି ରାଶି ପରିବର୍ତ୍ତନ ନକାରାତ୍ମକ ପ୍ରଭାବ ୩ଟି ରାଶିର ଲୋକଙ୍କ ଉପରେ ପଡ଼ିବ। ଏହି କାରଣରୁ ୩ଟି ରାଶିର ଲୋକ ଧନ ହାନି, ଶତ୍ରୁ ଏବଂ ବିବାଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅକ୍ଟୋବର ୧୦ରୁ ୨୯ ତାରିଖ ରାତି ୧୦ଟା ୪୪ମିନିଟ ପର୍ଯ୍ୟଡ଼୍‌‌ତ ବୁଧ ଗ୍ରହ ତୁଳାରେ ରହିବେ। ଏଭଳି ସ୍ଥିତିରେ ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ବୁଧଙ୍କର ନକାରାତ୍ମକ ପ୍ରଭାବ ପଡ଼ିବ ସେମାନେ ଜ୍ୟୋତିଷ ଉପଚାର କରିବା ଜରୁରୀ। ବୁଧଙ୍କ ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ କଣ ରହିଛି ଉପଚାର ଚାଲନ୍ତୁ ଜାଣିବା।
ତୁଳା ରାଶିରେ ବୁଧ ଗୋଚର:

ମେଷ: ତୁଳା ରାଶିରେ ବୁଧଙ୍କ ଗୋଚର ମେଷ ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏମାନଙ୍କ ଜୀବନରେ ଅନେକ ପ୍ରକାରର ଉତ୍ଥାନ-ପତନ ଆସିପାରେ। ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟ ଏବଂ କ୍ୟାରିୟର ପ୍ରତି ସତର୍କ ରହିବା ଜରୁରୀ। ଏହି ସବୁ କ୍ଷେତ୍ରରେ ଅବହେଳା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଭଳି ସ୍ଥିତିରେ ଏପରି କୌଣସି କାମ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଅସୁବିଧା ବଢାଇବ। ନିଜର ବାଣୀ ଓ ଆଚରଣ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

- Advertisement -

ତୁଳା: ଆପଣଙ୍କ ରାଶିରେ ବୁଧଙ୍କ ଗୋଚର ଲାଭଦାୟକ ହୋଇଥିବା ବେଳେ ଏହା ଶତ୍ରୁଙ୍କ ଠାରୁ ମଧ୍ୟ ସତର୍କ ସୂଚନା ଅଟେ। ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ। ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ନିଜର ଗୋପନ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ମୀନ: ମୀନ ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ବୁଧଙ୍କ ଯାତାୟତର ଅଶୁଭ ପ୍ରଭାବ ପଡ଼ିପାରେ। ଅକ୍ଟୋବର ୧୦ରୁ ୨୯ ମଧ୍ୟରେ ସମୟ ଆପଣଙ୍କ ପାଇଁ କଷ୍ଟକର ଏବଂ ଚ୍ୟାଲେଞ୍ଜିଂ ହୋଇପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ ଏହା ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରେ। ସମୟ ସହିତ ତାଳ ଦେଇ ଚାଲନ୍ତୁ, ନଚେତ ବିବାଦରେ ପଡ଼ିପାରନ୍ତି। ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଜର ଆଚରଣ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ।

ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହଙ୍କ ପରିବର୍ତ୍ତନ ସମୟରେ ଅଶୁଭ ପ୍ରଭାବ ରହିଛି ସେମାନେ ବୁଧବାର ଉପବାସ କରି ଗଣେଶଙ୍କ ପୂଜା କରିବା ଉଚିତ୍‌‌।
ବୁଧ ଗ୍ରହର ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ଆପଣ ‘ଓମ୍‌‌ ବ୍ରମ୍‌‌ ବ୍ରିଂ ବ୍ରିଂ ସ୍ୱାଃ: ବୁଧାୟଃ ନମଃ’ ମନ୍ତ୍ର ଜପ କରନ୍ତୁ।
୩ ବୁଧ ଗ୍ରହର ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ଆପଣ ବୁଧବାର ଦିନ ଗାଈକୁ ସବୁଜ ବସ୍ତ୍ର, ଫଳ, ଖାଦ୍ୟ, ବ୍ରୋଞ୍ଜ ବାସନ, ମୁଗ ଡାଲି ଇତ୍ୟାଦି ଦାନ କରନ୍ତୁ।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories