www.samajalive.in
Saturday, December 6, 2025
23.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ 

ଗୋପାଳପୁର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ ସମ୍ପର୍ଣ୍ଣ । ଗୋପାଳପୁର ଥାନା ଅନ୍ତର୍ଗତ ଡ଼ିଗିପୁର ଗାଁରେ ଆର୍ମି ଯବାନ (ହାବିଲଦାର)ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପର୍ଣ୍ଣ ହୋଇଛି।  ମୃତ ଯବାନ ଜଣକ କେ. ସିଦ୍ଧାର୍ଥ ରାଓ ବୋଲି ଜଣାପଡ଼ିଛି। ମୃତ ଯବାନ ଜଣକ ନୂଆ ଦିଲ୍ଲୀ ଆର୍ମି ରେଜିମେଣ୍ଟରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ।  ତାଙ୍କୁ ପୁନେ ରେଜିମେଣ୍ଟକୁ ବଦଳି ହୋଇଥିବାରୁ ସେ ଚଳିତ ମାସ ୧ ତାରିଖ ଠାରୁ ଛୁଟିରେ ଘରକୁ ଆସିଥିଲେ। ଚଳିତ ମାସ ୨୯ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ଯିବାର ଥିଲା। ସୋମବାର  ମୃତ ସିଦ୍ଧାର୍ଥ ନିଜ ବୁଲେଟରେ ଡ଼ିଗିପୁରଠାରୁ ବ୍ରହ୍ମପୁର ଯାଉଥିବାବେଳେ ଲାଞ୍ଜିପଲ୍ଲୀ ସ୍ଥିତ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଆନ୍ଧ୍ରପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଆଜି ମୃତ ଯବାନଙ୍କ ଶବ ବ୍ୟବଛେଦ କରି ନିଜ ଗାଁ ଡ଼ିଗିପୁରକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା। ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories