www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଜାମ୍ମୁ-କାଶ୍ମୀର, ହରିୟାଣା ନିର୍ବାଚନ ଭୋଟ୍ ଗଣତି

ନୂଆଦିଲ୍ଲୀ : ଆଜି ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଛି ଭୋଟ୍। ନିର୍ବାଚନ ଫଳ ଜାଣିବା ଲାଗି ନାଗରିକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଏହି ନିର୍ବାଚନ ଉଭୟ ଜମ୍ମୁ କାଶ୍ମର ଓ ହରିୟାଣା ପାଇଁ ଗୁରୁତ୍ଵପୂର୍ଣ୍ଣ। କାରଣ ଜାମ୍ମୁ କାଶ୍ମୀରରେ ୧ ଦଶନ୍ଧି ପରେ ଭୋଟ୍ ହୋଇଥିବାବେଳେ  ହରିୟାଣାରେ ମଧ୍ୟ ୧୦ ବର୍ଷ ପରେ କ୍ଷମତା ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ବୁଥ୍ ବାହୁଡା ମତ ଅନୁଯାୟୀ କଂଗ୍ରେସ ହରିୟାଣାରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ। କଂଗ୍ରେସ ହରିୟାଣାରେ ପାଖାପାଖି ୫୫ ଆସନରେ ଜିତିବ , ବିଜେପି ୨୭ , ଆଇଏନଏଲଡି ୨, ଜେଜେପି ୧ ଏବଂ ଅନ୍ୟମାନେ ୫ ଆସନରେ ଜିତିବେ ବୋଲି ବୁଥ୍ ବାହୁଡା ମତ କହୁଛି। ଜାମ୍ମୁ କାଶ୍ମୀରରେ ସେପ୍ଟେମ୍ବର ୧୫, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ୩ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ  ପ୍ରଥମଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories