www.samajalive.in
Saturday, December 6, 2025
26.1 C
Bhubaneswar

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କଳାକାରଙ୍କ  ଚିକିତ୍ସା ପୂର୍ବରୁ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଅପେକ୍ଷା ରତ ବୃଦ୍ଧ  ବ୍ୟକ୍ତି   ବେଞ୍ଚ ଉପରୁ  ଟଳି ପଡ଼ି ମୃତ୍ୟୁବରଣ  କରିଛନ୍ତି । ଅତାବିରା ବ୍ଲକ ମନାପଡ଼ା  ଗ୍ରାମର ଉପର ପଡ଼ା ର ଜଣେ କଳାକାର ତୋଷଦାନି  ବେହେରା (୮୦)  ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ ।  ସେତେବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡ଼ାକ୍ତର ନ ଥିବାରୁ  ସେ ଅନ୍ୟ ରୋଗୀଙ୍କ ସହ ଗୋଟିଏ ବେଞ୍ଚ  ଉପରେ ବସି ରହି ଅପେକ୍ଷା କରିଥିଲେ। କିନ୍ତୁ ସେ ହଠାତ୍ ତଳେ  ପଡି ଯାଇଥିଲେ। କିଛି ସମୟ ପରେ  ଡ୍ୟୁଟି ରେ ଥିବା  ଡ଼ାକ୍ତର ଆସି ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ରୋଗୀମାନଙ୍କୁ ଗଣ ମାଧ୍ୟମ ପଚରା ଉଚୁରା କରିବାରୁ ସେମାନେ ବୃଦ୍ଧ ଜଣକ ବେଞ୍ଚରୁ ଟଳି ପଡ଼ି ମୃତ୍ୟୁବରଣ କରିଥିବା କହିଥିଲେ। କିନ୍ତୁ  ଡାକ୍ତର ଅଞ୍ଜଳି  କହିଥିଲେ ଯେ ବେଞ୍ଚରେ ଶୋଇ  ରହି ତାଙ୍କର ପରୀକ୍ଷା ବେଳେ ତାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ସାଙ୍ଗରେ ଥିବା ଅନ୍ୟ ରୋଗୀ ଙ୍କ କଥା ଓ ଡାକ୍ତରଙ୍କ କଥା ମଧ୍ୟରେ  ମେଳ ଖାଉ ନଥିବାରୁ ଉପସ୍ଥିତ ଜନତା ଉତ୍ୟକ୍ତ ହୋଇ ଉଠିଥିଲେ। ପରେ ଡାକ୍ତର ଜଣକ କହିଥିଲେ ଅଫିସକୁ ଯାଇ ବୁଝନ୍ତୁ।କିନ୍ତୁ ଅଫିସରେ ତାଲା ପଡ଼ିଥିଲା । ୫ ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ। କଥା , କିନ୍ତୁ ୪ ଟାରେ ଅଫିସ ବନ୍ଦ ଥିବା ଦେଖିବାକୁ ମିଲିଥିଲା ।
ପୁଣି ଡଃ ଅଞ୍ଜଳି ଇନ୍ ଚାର୍ଜ ସହ କଥା ହେବାକୁ କହିଥିଲେ ।ଯେତେବେଳେ ଇନ୍ ଚାର୍ଜ  ଡଃ ରବିନାରାୟଣ ମିଶ୍ରଙ୍କୁ   ଫୋନରେ ପଚରା ଗଲା  ସେ  ଏହି ବିଷୟ କିଛି ଜାଣି ନାହାନ୍ତି କି କେହି ତାଙ୍କୁ ଏ ବିଷୟରେ ସୂଚନା ଦେଇ ନାହାନ୍ତି ବୋଲି କହିଥିଲେ ।  ଖବର ପାଇ ମୃତକଙ୍କ ପୁଅ ଦୃବଚରଣ ଓ ବହୁ ଉର୍କୁଲି ଆସି ମେଡ଼ିକାଲରେ ପହଞ୍ଚିଥିଲେ। ଅତାବିରା ପୁଲିସ ମଧ୍ୟ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories