ସଫାରୀ ବସ୍ ଉପରକୁ କୁଦିଲା କଲରାପତରିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ଏକ କଲରାପତରିଆ ସଫାରୀ ବସର ଝରକା ଉପରକୁ ଲମ୍ଫ ମାରୁଥିବା ଦେଖିବାକୁ ମିଳୁଛି । ଏଥିରେ ବସିଥିବା ପର୍ଯ୍ୟଟକ ଭୟରେ ଥରହର ହେଉଛନ୍ତି ।

ଭିଡିଓଟି କର୍ଣ୍ଣାଟକର ବନ୍ନରଘଟ୍ଟା ନ୍ୟାସନାଲ ପାର୍କର ବୋଲି କୁହାଯାଉଛି । ଏଥିରେ ଏକ କଲରାପତରିଆ ପର୍ଯ୍ୟଟକରେ ପୂର୍ଣ୍ଣ ବସର ଝରକାକୁ ଡେଉଁଥିବା ଦେଖିବାକୁ ମିଳୁଛି । ବ୍ୟାକଗ୍ରାଉଣ୍ଡରେ କିଛି ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି । ଯାତ୍ରୀଙ୍କୁ ଏମିତି ରୋମାଞ୍ଚକ ଅନୁଭୂତି ଦେବା ପାଇଁ ଗାଡିର ଝରକାରେ ଜାଲି ଓ କାଚ ଲାଗିଛି । ଏଥିରେ କାହାର କିଛି କ୍ଷତି ହୋଇନି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Comments are closed.