www.samajalive.in
Monday, December 15, 2025
16.1 C
Bhubaneswar

ଓଏସଏସସି ପରିସଂଖ୍ୟାନ ସହାୟକ ପରୀକ୍ଷାରେ ତ୍ରୁଟି ଅଭିଯୋଗ; ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯାଇଥିବା କହିଲେ ଛାତ୍ରଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ସଏସଏସସି) ଦ୍ଵାରା ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ(ପରିସଂଖ୍ୟାନ ସହାୟକ) ପରୀକ୍ଷାରେ ତ୍ରୁତି ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ହଲ୍‌କୁ ପ୍ରଶ୍ନପତ୍ର ଆସିବା ପୂର୍ବରୁ ତାହାର ସିଲ୍‌ ଖୋଲାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଜଣେ ଛାତ୍ର ପ୍ରଶ୍ନପତ୍ର ସିଲ୍ ଖୋଲାଯାଇଥିବା ଦେଖି ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ତାଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ ରଖାଯାଇଛି। ପରୀକ୍ଷା ସମୟରେ ତାଙ୍କୁ ଅନ୍ୟତ୍ର ଏକ ପ୍ରକୋଷ୍ଠରେ ଦେଢ଼ ଘଣ୍ଟା ଧରି ଅଟକ ରଖି ବସାଇ ଦିଆଯାଇଥିଲା, ଯାହାଫଳରେ ସମ୍ପୃକ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ବାଲେଶ୍ଵର ଜିଲାର ଏକ ପରୀକ୍ଷା କେନ୍ଦ୍ରରେ ରବିବାର ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବାଲେଶ୍ଵର ଜିଲାର ଏକ ପରୀକ୍ଷା କେନ୍ଦ୍ରରେ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ହଲରେ ପିଲାଙ୍କ ସମ୍ମୁଖରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବା ପରେ ତାହାର ପ୍ରମାଣସ୍ଵରୂପ ଛାତ୍ରଛାତ୍ରୀଙ୍କ ଦସ୍ତଖତ ନିଆଯିବା ନିୟମ ରହିଛି। ହେଲେ ଉକ୍ତ କେନ୍ଦ୍ରରେ ପରୀକ୍ଷା ହଲକୁ ପ୍ରଶ୍ନପତ୍ର ନିଆଯିବା ପୂର୍ବରୁ ହିଁ ତାହାର ସିଲ୍‌ ଖୋଲାଯାଇଥିବା ଜଣେ ଛାତ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କର୍ତ୍ତୃପକ୍ଷ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟି ଉକ୍ତ ଛାତ୍ରଙ୍କୁ ପରୀକ୍ଷା ଦେବାର ସୁଯୋଗ ନ ଦେଇ ଅନ୍ୟତ୍ର ବସାଇ ରଖିଥିଲେ। ପରୀକ୍ଷା ଶେଷ ହେବା ପରେ ଉକ୍ତ ଛାତ୍ର ଜଣକ ସମସ୍ତ ଘଟଣା ବିଷୟରେ ପ୍ରକାଶ କରିବାରୁ ଘଟଣା ସାମ୍ନାକୁ ଆସିଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories