www.samajalive.in
Saturday, December 6, 2025
23.1 C
Bhubaneswar

ମିଠା ଦୋକାନୀଙ୍କୁ ୫ଲକ୍ଷ ଦାଦାବଟି ମାଗିଲେ ଜେଲ ଫେରନ୍ତା: ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାତି ନୁହେଁ ଦିନରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି।  ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଚଣ୍ଡି ବଜାର ନିକଟରେ ଦିନ ଦ୍ଵିପ୍ରହରରେ ଦାଦାଗିରି ଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଜେଲ୍‌ ଫେରନ୍ତା ମିଠା ଦୋକାନୀଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଛନ୍ତି। ଆଉ ତାହା ନ ମିଳିବାରୁ ସେଥିରେ ଉତ୍ତ୍ୟକ୍ତ ହୋଇ ଏକ ଗାଡ଼ିରେ ପଥର ଆଣି ମିଠା ଦୋକାନ ଆଗରେ ଗଦାଇଛନ୍ତି। ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି। ଅଭିଯୁକ୍ତ ଜଣକ ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ ବୋଲି ଜଣାପଡିଛି। ମିଠା ଦୋକାନୀ ଜଣକ ଦାଦା ବଟି ନ ଦେବାରୁ ରଘୁନାଥ ତାଙ୍କୁ ନାନା ଧମକ ମଧ୍ୟ ଦେଇଥିଲା। ପରେ ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା । ପରେ ଅଭିଯୁକ୍ତ ରଘୁନାଥଙ୍କୁ ଗିରଫ କରିଛି । ତେବେ ପୁଲିସ୍ ରେକର୍ଡ ଅନୁସାରେ ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍ ରଘୁଆକୁ ଗିରଫ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories