ନୂଆଦିଲ୍ଲୀ : ଗୁଜରାଟର ଜଣେ ବ୍ୟକ୍ତି ଆଜକୁ ୨୨ ବର୍ଷ ପୂର୍ବେ ଯେଉଁ ଢଙ୍ଗରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା, ଠିକ୍ ସେହି ଢଙ୍ଗରେ ଅଭିଯୁକ୍ତକୁ ହତ୍ୟା କରି ପ୍ରତିଶୋଧ ନେଇଛନ୍ତି। ଅକ୍ଟୋବର ୧ରେ ନଖତ୍ ସିଂହ ଭଟ୍ଟି ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ସାଇକଲରେ ଯାଉଥିବାବେଳେ ତାଙ୍କୁ ପଛରୁ କାର୍ ଧକ୍କା ଦେଇଥିଲା। ଏଥିରେ ନଖତ୍ ପ୍ରାଣ ହରାଇଥିଲେ। ପୁଲିସ ପ୍ରଥମେ ଏହାକୁୁ ଦୁର୍ଘଟଣା ଭାବେ ଗ୍ରହଣ କରି ତଦନ୍ତ ଚଳାଇଥିଲା। ତେବେ ସିସିଟିଭି ଫୁଟେଜ ଅନୁଧ୍ୟାନ କରାଯିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ଗୋପାଳ ସିଂହ ଭଟ୍ଟି ନାମକ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ ନଖତ୍ଙ୍କୁ କାର୍ ଧକ୍କା ଦେଇ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଆଜକୁ ୨୨ ବର୍ଷ ପୂର୍ବେ ରାଜସ୍ଥାନରେ ଗୋପାଳଙ୍କ ପିତାଙ୍କୁ ନଖତ୍ କାର୍ ଚଢାଇ ହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ଇତିମଧ୍ୟରେ ଗୋପାଳଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
Popular Categories



