www.samajalive.in
Saturday, December 6, 2025
26.1 C
Bhubaneswar

ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନ ସିପ ; ସମ୍ବଲପୁର ଏକାଡେମୀ ଦଳ ଚାମ୍ପିୟନ

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ହେଉଥିବା ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ ୨୦୨୪ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଅପରାହ୍ନରେ ଆୟୋଜିତ ଫାଇନାଲ ମ୍ୟାଚରେ ସମ୍ବଲପୁର ଏକାଡେମୀ ଦଳ ଓ କଟକର ରାଧାରମଣ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସମ୍ବଲପୁର ଦଳ ୧ – ୦ ଗୋଲରେ କଟକ ଦଳକୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି। ମ୍ୟାଚରେ ରେଫରୀ ଜଗନ୍ନାଥ ରାଓ, ନିଳ ନାୟକ, ରାଜ କୁମାର ମଣ୍ଡଲ, ସଲିଲ ବେହେରା ଓ ମ୍ୟାଚ କମିଶନରର ସୁଭାଷ ଚନ୍ଦ୍ର ରାଉତ ଦାୟିତ୍ୱ ନିର୍ବାହ କରିଥିଲେ। ଉଦଯାପନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାମ୍ପିୟନ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

- Advertisement -

ଏଭଳି ପ୍ରତିଯୋଗିତା ପ୍ରଥମ ଥର ପାଇଁ ସମ୍ବଲପୁରରେ ଆୟୋଜିତ ହୋଇଥିବାରୁ ଦେଶର ବିଭିନ୍ନ ରାଜ୍ୟର ଫୁଟବଲ ଖେଳାଳି ମାନଙ୍କ ଖେଳକୁ ସହରର ଫୁଟବଲ ପ୍ରେମୀ ଦେଖିବାକୁ ପାଇଥିଲେ। ପ୍ରତିଯୋଗିତାରେ ଓଡିଶା ସମେତ ମହାରାଷ୍ଟ୍ର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସମୁଦାୟ ୮ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ଜିଲା ପ୍ରଶାସନ ଓ ସମ୍ବଲପୁର ଫୁଟବଲ ଏସୋସିଏସନ ଅଫ ଓଡିଶା ପକ୍ଷରୁ ମିଳିତ ଆନୁକୂଲ୍ୟରେ ଜିଲା କ୍ରିଡା ସଂଘ ତରଫରୁ ଆୟୋଜିତ ହୋଇଥିଲା। ପ୍ରତିଯୋଗୀତାକୁ ଆୟୋଜନ ଓ ପରିଚାଳନାରେ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ, ଫୁଟବଲ ସଚିବ ଅବଦୁଲ ଗଫାରଙ୍କ ସମେତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।

୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories