ଜିଲା ଠିକାଦାର ସଂଘ ପକ୍ଷରୁ ଚାରାରୋପଣ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଠିକାଦାର ସଂଘ ପକ୍ଷରୁ ଶୁକ୍ରବାର ଡି.ଏନ୍‌‌.ହାଇସ୍କୁଲ ଠାରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦକ ଅନୁପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ କେନ୍ଦୁଝର ଧନରାଜ ଏଚ.ଡି, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ କେନ୍ଦୁଝର ସନ୍ତୋଷ କୁମାର ବେହେରା ଓ କେନ୍ଦୁଝରଗଡ଼଼ ନଗରପାଳ ନିକୁ ସାହୁ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ନିଜର ବ୍ୟସ୍ତବହୁଳ କାର୍ଯ୍ୟ ମଧ୍ୟରୁ ସମୟ ବାହାର କରି ଏଭଳି ଏକ ମହତ୍‌‌ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ଅତିଥିଗଣ ଠିକାଦାର ସଂଘ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ସାଧୁବାଦ୍‌‌ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ୪୦ରୁ ଊର୍ଦ୍ଧ୍ବ ମୂଲ୍ୟବାନ ଚାରାରୋପଣ କରାଯାଇଥିବା ବେଳେ ଆଗାମୀ ଦିନମାନଙ୍କରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଚାରାରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସମ୍ପାଦକ ଶ୍ରୀ ମହାନ୍ତି କହିଛନ୍ତି।

Comments are closed.