ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟତା ଅଭିଯାନ ଓ ଚାରାରୋପଣ

କେନ୍ଦୁଝରଗଡ଼଼: ସାହାରାପଡ଼ା ବ୍ଲକ ତଣ୍ଡୋ ଗ୍ରାମରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ ଓ ମା’ ନାମରେ ଗଛଟିଏ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମର ଘରକୁ ଘର ଯାଇ ଲୋକ ମାନଙ୍କୁ ବିଜେପି ସଦସ୍ୟତା ଗ୍ରହଣ କରାଇଥିଲେ। ପରେ ସ୍କୁଲ ପରିସରରେ ମା’ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାହୁ ଚାରାରୋପଣର ଶୁଭାରମ୍ଭ କରିବା ସହ ଉପସ୍ଥିତ ଚାଷୀ ମାନଙ୍କୁ ଚାରା ବଣ୍ଟନ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାହୁ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ବର୍ଷ ଶାସନ କାଳରେ ବିଭିନ୍ନ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ଦ୍ୱାରା ଚାଷୀ ମାନଙ୍କର ଆୟ କିଭଳି ବୃଦ୍ଧି ହେବା ସହିତ ସମୃଦ୍ଧ ଦିଗରେ ଚାଷୀ ଅଗ୍ରଗତି କରୁଛନ୍ତି ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୦୦ଦିନର ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ଯୁଗାନ୍ତକାରୀ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍‌‌ ପ୍ରକାଶ ପୁହାଣ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ, ରାଜେଶ କୁମାର ମହାନ୍ତ, ଗୌତମ ନାୟକ, ହରିହର ନାୟକ, ନରେନ୍ଦ୍ର ମହାନ୍ତ, ନିରୋଦ ମହାନ୍ତ, ଧୃବଚରଣ ନାୟକ, ରମାକାନ୍ତ ନାୟକ, ରମେଶ କୁମାର ମହାନ୍ତଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

Comments are closed.