www.samajalive.in
Saturday, December 13, 2025
26.1 C
Bhubaneswar

ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..

ଚଳିତ ବର୍ଷ ଦଶହରାରେ ୨ଟି ରାଜଯୋଗର ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଶନି ଓ ଶୁକ୍ର କ୍ରମଶଃ ଶଶ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି କରିବେ । ଏହି ରାଜଯୋଗ ୬ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇ ଦେବ । ଜାଣନ୍ତୁ..
ଅକ୍ଟୋବର ୧୩ରେ ଦଶହରା ପର୍ବ ପାଳନ କରାଯିବ । ୯ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗା ଭକ୍ତଙ୍କ ଗହଣରେ ରହିବେ । ଏହି ଦିନ ରାବଣ ପୋଡି ଉତ୍ସବ ମଧ୍ୟ ପାଳନ କରାଯାଏ । ଏହି ବର୍ଷର ଦଶହରା କେବଳ ଧାର୍ମିକ ଦୃଷ୍ଟି କୋଣରୁ ନୁହେଁ ବରଂ ଜ୍ୟୋର୍ତିବିଦଙ୍କ ମତାନୁସାରେ ଖୁବ୍‌ ଖାସ୍‌ । କାରଣ ଦଶହରାରେ ଗ୍ରହଙ୍କ ସ୍ଥିତି ଖୁବ୍‌ ଶୁଭ ଯୋଗ ସୃଷ୍ଟି କରୁଛନ୍ତି।

୧୨ ଅକ୍ଟୋବର ୨୦୨୪ରେ ଶୁକ୍ର ଗ୍ରହ ନିଜ ରାଶି ତୁଳାରେ ରହିବେ । ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ । ସେହିପରି କର୍ମଫଳ ଦାତା ଶନି କୁମ୍ଭ ରାଶିରେ ବିରାଜମାନ ହୋଇ ଶଶ ରାଜଯୋଗ ସୃଷ୍ଟି କରୁଛନ୍ତି । ଏହି ୨ ରାଜଯୋଗର ଶୁଭଫଳ ୬ ରାଶି ବ୍ୟକ୍ତି ବିଶେଷଙ୍କୁ ମିଳିବ।

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଲୋକଙ୍କ ବିବାହ ହେବ । ଚାକିରି-ବ୍ୟବସାୟରେ ସକରାତ୍ମକ ଫଳ ମିଳିବ।

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମାଲବ୍ୟ ଯୋଗ ଓ ଶଶ ଯୋଗ ଶୁଭଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ସଫଳତା ସହ ପଦନ୍ନୋତି ହେବ । ଦରମା ବୃଦ୍ଧି ସହ ନୂଆ ଦାୟିତ୍ୱ ମିଳିବ । ନୂଆ ଚାକିରିର ଯୋଗ ରହିଛି । ସବୁ କ୍ଷେତ୍ରରେ ଭାଗ୍ୟର ସାଥ୍‌ ମିଳିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ପାଇବେ।

କନ୍ୟା – ଏହି ରାଶିର ଲୋକଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଧନ ପ୍ରାପ୍ତି ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବଡ ସଫଳତା ମିଳିବ । ମନପସନ୍ଦର ଚାକିରି ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ। ନିବେଶ କରି ଲାଭବାନ୍‌ ହେବେ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାହ ସ୍ଥିର ହେବ।

ଭିଡିଓରେ ଦେଖନ୍ତୁ; ଚୋରଙ୍କୁ ଘର ଭିତରକୁ ଯିବାକୁ ଦେଲେନି ମହିଳା, କଲେ ଏମିତି, ସାହସିକତାକୁ ପ୍ରଶଂସା କରୁଛନ୍ତି ଲୋକେ..

ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ଖୁବ୍‌ ଟଙ୍କା ରୋଜଗାର କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । କରଜରୁ ମୁକ୍ତି ମିଳିବ । ଚାକିରିରେ ଶୁଭଫଳ ମିଳିବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ନୂଆ ଯାନ କିଣିବାର ଯୋଗ ରହିଛି । ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories