www.samajalive.in
Sunday, December 7, 2025
26.1 C
Bhubaneswar

ମା’ ଆସୁଛନ୍ତି; ଏଥର ଝଲସିବ ରାଜସ୍ଥାନର ଉମେଦ ଭବନ

ଭୁବନେଶ୍ୱର: ବରମୁଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ପୂଜା ଚଳିତ ବର୍ଷ ୨୫ବର୍ଷରେ ପଦାର୍ପଣ କରିବ। ସେଥିପାଇଁ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜସ୍ଥାନର ଉମେଦ ଭବନ ତୋରଣ ନିର୍ମାଣ କରାଯାଉଛି। ପଶ୍ଚିମବଙ୍ଗର ପ୍ରାୟ ୪୦ କାରିଗର ତୋରଣ ନିର୍ମାଣରେ ଲାଗିଛନ୍ତି। ଏହି ତୋରଣର ଦୈର୍ଘ୍ୟ ୧୦୦ଫୁଟ୍‌‌ ଓ ଉଚ୍ଚତା ୮୦ଫୁଟ୍‌‌ ହେବ। ସେହିଭଳି ମା’ଙ୍କ ପ୍ରତିମା ୧୬ଫୁଟ ଓ ମେଢ ୨୦ଫୁଟ ହେବ। ଏହି ମଣ୍ଡପରେ ଷଷ୍ଠୀ ତିଥିରୁ କଳସ ଯାତ୍ରା ଓ ବେଲବରଣି କରି ପୂଜା ଆରମ୍ଭ ହେବ। ମହାସପ୍ତମୀରେ ମା’ଙ୍କ ଚକ୍ଷୁ ଦାନ, ସପ୍ତଶତୀ ଚଣ୍ଡିପାଠ ପରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିପାରିବେ। ସେହିଭଳି ମହାଷ୍ଟମୀ ଓ ମହାନବମୀରେ ମା’ଙ୍କ ସମସ୍ତ ପୂଜା ବିଧି ସହ ସନ୍ଧିପୂଜା ଓ କୁମାରୀ ପୂଜନ ହେବ। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚୋରି, ଛିନତାଇ ରୋକିବାକୁ ମଣ୍ଡପରେ ୧୦ଟି ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁଙ୍କ ସହାୟତା ପାଇଁ ୧୦୦ଜଣ ସ୍ୱେଚ୍ଛାସେବୀ ସହଯୋଗ କରିବେ। ଚଳିତ ବର୍ଷ ପୂଜାରେ ରାବଣ ପୋଡି ଓ ମୀନା ବଜାର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories