କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ଚରଣ ସିଂହ ମୀନା

ଡ଼େସ୍କ: କେନ୍ଦ୍ରାଞ୍ଚଳ ଡିଆଇଜି ଭାବରେ ଦାୟିତ୍ଵ ଗ୍ରହଣ କଲେ ୨୦୦୯ ବ୍ୟାଚର ଆଇ ପି ଏସ ଚରଣ ସିଂହ ମୀନା। ଦାୟିତ୍ବ ନେବା ପରେ ସେ କହିଥିଲେ, ମୋ ସହିତ ସାଧାରଣ ଜନତା ସିଧାସଳଖ ଚବିଶ ଘଣ୍ଟା ଯୋଗାଯୋଗରେ ରହି ପାରିବେ। ମୋ ଫୋନ ନମ୍ୱରରେ ଯୋଗାଯୋଗ କରି ପାରିବେ। ସଂଗଠିତ ଅପରାଧ ଉପରେ ରହିବ ନଜର। ଗୁଣାତ୍ମକ ତଦନ୍ତ ଉପରେ ଧ୍ୟାନ ଦିଆଯିବ। ମହିଳା, ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ଗୁଡ଼ିକ ଉପରେ ବିଶେଷ ନଜର ରହିବ। ସାଇବର ଅପରାଧ ଉପରେ ନଜର ରହିବ। ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ନେଇ ଗୁରୁତ୍ବ ଦିଆଯିବ।

Comments are closed.