ଆସିଲା ବାଘ ଗଣନା ରିପୋର୍ଟ: ଓଡିଶାରେ ଅଛନ୍ତି ୬୯୬ କଲରାପତରିଆ
ଭୁବନେଶ୍ଵର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡିଶାରେ ମୋଟ୍ ୬୯୬ଟି କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି। ଟ୍ରାପ କ୍ୟାମେରା ଦ୍ଵାରା ବାଘ ଗଣନା ହୋଇଛି। ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ୫୬୮ କଲରାପତରିଆ ବାଘ ଥିବାବେଳେ ୨୦୨୪ରେ ସଂଖ୍ୟା ଥିଲା ୨୮୪। ସେହିପରି ୨୦୧୮ରେ ମୋଟ୍ ୭୬୦ କଲରାପତରିଆ ବାଘ ଚିହ୍ନଟ ହୋଇଥିଲେ। ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।
Comments are closed.