www.samajalive.in
Sunday, December 7, 2025
23.1 C
Bhubaneswar

ଯଦି ତାକତ ଅଛି ତ ବିଜେଡି ଖାଲି କରିକି ଦେଖାଅ; ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ନେତା

ସମାଜ ଡିଜିଟାଲ ଡେସ୍କ:  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ତାକତ ଅଛି ତ ବିଜେଡିର ଭାଡି ପୁରା ଖାଲି କରିକି ଦେଖାଅ। ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ବଦ୍ରିନାରାୟଣ ପାତ୍ର ମନମୋହନଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ଖାଲି ବୟାନବାଜିରେ କିଛି ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବନାହିଁ ବୋଲି ବଦ୍ରି କହିଛନ୍ତି। ନିକଟରେ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି ଦଳ ଧୀରେ ଧୀରେ ଭାଙ୍ଗିଯିବ ବୋଲି କହିଥିଲେ ମନମୋହନ। ଏହି ବୟାନକୁ ନେଇ ବଦ୍ରି କହିଛନ୍ତି ବହୁତ ଲୋକ ଅନେକ କିଛି କଥା କହିବେ, କିଏ କହିଲା ବେଳେ କାହା ମୁହଁ କଣ ବନ୍ଦ କରିହେବ। ଏସବୁ ନିରର୍ଥକ କଥା କହିବାରେ କିଛି ଲାଭ ନାହିଁ। ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ। ଏତେ ବଡ ଦଳକୁ ଶେଷ କରିବା କାହାର ତାକତ ଅଛି। ଯଦି ଅଛି କରି ଦେଖାନ୍ତୁ।
ସୂଚନା ଅନୁସାରେ ଅକ୍ଟୋବର ୧ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବା ପରେ ଯାଜପୁରରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ମୋହନ ମାଝୀଙ୍କ ସରକାରକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ ଯାଜପୁରର ବିକାଶ କରି ଯଦି ମୁଁ ଭୁଲ କରିଛି ତା’ହେଲେ ସେଭଳି ଭୁଲ ବାରମ୍ବାର କରିବି। ଯଦି ଦୁର୍ନୀତି କରିଛି ବୋଲି କହୁଛ ତାହେଲେ ବାନ୍ଧୁନ କାହିଁକି। ଏହାସହିତ ଯାଜପୁରରେ ପୁଣି ଥରେ ନେତୃତ୍ୱ ନେବା ସହ ନିର୍ବାଚନ ଲଢିବେ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି ବବି ଦାସ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories