କଳାପଥର : ଗାଁ ପୋଖରୀରୁ ଠାବ ହେଲା ନିଖୋଜ ନାବାଳିକାର ମୃତଦେହ । କଟକ ଜିଲ୍ଲା ବାଙ୍କୀ ଥାନା ପାଟପୁର ଭଣ୍ଡାରୀସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଅର୍ଣ୍ଣପୂର୍ଣ୍ଣା ବେହେରା ବୋଲି ଜଣାପଡିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନ ସମୟରେ ଅର୍ଣ୍ଣପୂର୍ଣ୍ଣା ଘରୁ କେଉଁଆଡେ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ଏପରିକି ଅର୍ଣ୍ଣପୂର୍ଣ୍ଣା ନିଖୋଜ ନେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ମଧ୍ୟ ପୋଷ୍ଟ କରାଯାଇଥିଲା। ଶେଷରେ ୫ ଘଣ୍ଟା ପରେ ଘର ପଛରେ ଥିବା ଏକ ପୋଖରୀରୁ ଅର୍ଣ୍ଣପୂର୍ଣ୍ଣାଙ୍କ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
Popular Categories



