www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ଧୁକ ଦେଖାଇ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ହୋଇଛି। ବନ ବିଭାଗର ଏହି କେନ୍ଦୁ ପତ୍ର ଫଡି ଅର୍ଥାତ୍ ଗୋଦାମରେ ବୁଧବାର ରାତିରେ ମୁଖାପିନ୍ଧା ୧୦ ଜଣ ଡକାୟତ ଫଡି ଭିତରକୁ ପଶି ଆସିଥିଲେ। ସେଠି ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ସେମାନଙ୍କୁ ନେଇ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ବସ୍ତା ବସ୍ତା କେନ୍ଦୁପତ୍ର ଲୁଟି ନେବା ସହ କର୍ମଚାରୀମାନେ ପାଇଥିବା ୭ ହଜାର ଟଙ୍କା ଦରମା ବି ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ବନ ବିଭାଗ ଓ ପୁଲିସ୍ ପହଞ୍ଚି ତଦନ୍ତ କରୁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories