www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଦୂଷଣମୁକ୍ତ ପୂଜୋତ୍ସବକୁ ଗୁରୁତ୍ୱ, ପୌର ପ୍ରଶାସନକୁ ବିଭାଗୀୟ ଅଧିକାରୀଙ୍କ ଚିଠି

କେନ୍ଦୁଝରଗଡ଼: ଶାରଦୀୟ ପୂଜାତ୍ସୋବକୁ କିଭଳି ଧୁମ୍‌‌ଧାମର ସହ ପାଳନ କରାଯିବ ସେ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ସାର୍ବଜନୀନ ଦୁର୍ଗା ପୂଜା ସମେତ ଲକ୍ଷ୍ମୀ ପୂଜା, କାଳୀ ପୂଜାକୁ କିଭଳି ପ୍ରଦୂଷଣମୁକ୍ତ ପାଳନ କରାଯିବ ସେ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗର କେନ୍ଦୁଝର ଶାଖା ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଉପରୋକ୍ତ ମର୍ମରେ ଚିଠି ନଂ ୯୩୭ ତା ୦୧/୧୦/୨୦୨୪ରିଖ ଯୋଗେ କେନ୍ଦୁଝରଗଡ଼, ବଡବିଲ, ଯୋଡା ଓ ଆନନ୍ଦପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଆଗାମୀ ଶାରଦୀୟ ପୂଜାତ୍ସୋବ କିଭଳି ଭାବେ ପ୍ରଦୂଷଣମୁକ୍ତ ଭାବେ ପାଳନ କରାଯିବ ତାହାରି ଉପରେ ମାର୍ଗଦର୍ଶିକା ଜାରି କରିବା ସହ କିଭଳି ଏହି ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରାଯିବ ତାହାରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ପୂଜାତ୍ସୋବରେ ଏକକ ପ୍ଲାଷ୍ଟିକ୍‌‌ ବ୍ୟବହାର ସହ ମୃଣ୍ମୟୀ ପ୍ରତିମୂର୍ତ୍ତି ନିର୍ମାଣରେ ପ୍ରାକୃତିକ ମୃତ୍ତିକାର ବ୍ୟବହାର ଏବଂ ବିଷାକ୍ତ ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

ସେହିଭଳି ମୂର୍ତ୍ତିର ଉଚ୍ଚତା ୨୦ଫୁଟ ଏବଂ ପୂଜା ମଣ୍ଡପର ଉଚ୍ଚତା ୪୦ଫୁଟ୍‌‌ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି। ପୂଜାତ୍ସୋବ ପରେ ମୂର୍ତ୍ତିକୁ ଜିଲା ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା, ସାଜସଜ୍ଜା ତଥା ପ୍ରସାଦ ବିତରଣ ନିମନ୍ତେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌‌ କିମ୍ବା ଥର୍ମୋକଲରେ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ଜାରି ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ ମୂର୍ତ୍ତି କାରୀଗରମାନେ ରୁଲ-୩ ଅବମାନନା କଲେ ସମ୍ପୃକ୍ତ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ୨ବର୍ଷ ପାଇଁ ମୂର୍ତ୍ତି ନିର୍ମାଣରୁ ବାସନ୍ଦ କରାଯିବା ସହ ମୂର୍ତ୍ତି ନିର୍ମାତାମାନଙ୍କର ରେଜିଷ୍ଟ୍ରେସନ ଫି’ ମଧ୍ୟ ଜବତ କରାଯିବ। ଏତଦ୍‌‌ବ୍ୟତୀତ ପୂଜା କମିଟି କର୍ମକର୍ତ୍ତାମାନଙ୍କ ଦ୍ୱାରା ରୁଲ-୫ ଓ ୬ର ଅବମାନନା କଲେ ସମ୍ପୃକ୍ତ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜରିମାନା ଆଦାୟ କରାଯିବ ବୋଲି ବିଭାର ପକ୍ଷରୁ ଜାରି ମାର୍ଗଦର୍ଶିକାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ପ୍ରଦୂଷଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାକୁ ଅନୁପାଳନ ସହ ପ୍ରଦୂଷଣମୁକ୍ତ ପୂଜାତ୍ସୋବ ପାଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖର ଆଞ୍ଚଳିକ ଅଧିକାରୀ ଇଂ ଶ୍ରୀ କର ମୂର୍ତ୍ତି ନିର୍ମାତା ଓ ପୂଜା କମିଟି କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories