କାନପୁର ଟେଷ୍ଟ ସହ ସିରିଜ ଜିତିଲା ଭାରତ; ୯୫ରନ ଟାର୍ଗେଟ ସହଜରେ ପୂରଣ

ସମାଜ ଡିଜିଟାଲ ଡେସ୍କ: କାନୁପରରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ। ୯୫ରନ ଟାର୍ଗେଟକୁ ୩ ୱିକେଟ ହରାଇ ମ୍ୟାଚ ଜିତିବା ସହ ସରିଜିକୁ ୨-୦ରେ ପୋଛି ନେଇଛି ରୋହିତ ବାହିନୀ। ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ରନ ଓ ଦ୍ୱିତୀୟ ଇନିଂସରେ ୧୪୬ ରନ କରିଥିଲା। ସେହିପରି ଭାରତ ପ୍ରଥମ ଇନିଂସରେ ୯ୱିକେଟ ହରାଇ ୨୮୫ରନ ଓ ଦ୍ୱିତୀୟରେ ୩ ୱିକେଟ ହରାଇ ୯୮ ରନ କରି ବିଜୟ ହାସଲ କରିଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ବୋଲ ଓ ବ୍ୟାଟର ଉଭୟ ଦମଦାର ପ୍ରଦର୍ଶନ କରିଛନ୍ତି। ଯଶସ୍ୱୀ ଯଶୱାଲଙ୍କ ଅର୍ଦ୍ଧଶତକ ଓ ବିରାଟ କୋହଲି ୨୯ରନ ଖେଳ ଅପରାଜିତ ରହିଥିଲେ।

Comments are closed.