www.samajalive.in
Friday, December 12, 2025
15.1 C
Bhubaneswar

ମଧୁମେହ ରୋଗୀ ଏହି ପାନୀୟ ଗ୍ରହଣ କରିବା ଉଚିତ

ବର୍ତ୍ତମାନର ଜୀବନ ଶୈଳୀରେ ମଧୁମେହ ରୋଗ ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଔଷଧର ବ୍ୟବହାର କରିବା ସହ ଅନେକ ଘରୋଇ ଉପାୟ ଆପଣାଇବାକୁ ପଡିଥାଏ। କିଛି ଘରୋଇ ଉପାୟ ମାଧ୍ୟମରେ ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ। ଜାଣନ୍ତୁ ସେହି ଉପାୟ ବିଷୟରେ..

ପାଣି : ପାଣି ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିଥାଏ। ଏହାସହ ଶରୀରରେ ରକ୍ତ ଶର୍କରାର ମାତ୍ରାକୁ ମଧ୍ୟ ଠିକ ରଖିଥାଏ। ରକ୍ତ ଶର୍କରାର ମାତ୍ରା ଅଧିକ ହୋଇଗଲେ ତାହା ଶରୀରରେ ଜଳୀୟ ଅଂଶର ଅଭାବ ସୃଷ୍ଟି କରିଥାଏ। ମଧୁମେହ ରୋଗୀମାନେ ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଉଚିତ।

- Advertisement -

ଚା : ଗ୍ରୀନ-ଟି ଶରୀର ପାଇଁ ଲାଭଦାୟକ ଅଟେ। ଏହା ରକ୍ତ ଶର୍କରା ଓ ଏଲଡିଏଲ କୋଲେଷ୍ଟ୍ରୋଲର ସ୍ତରକୁ କମ କରିଥାଏ। ମଧୁମେହ ରୋଗୀମାନେ ଗ୍ରୀନ-ଟି ପିଇବା ଲାଭଦାୟକ ହୋଇଥାଏ। ଏହା ଟାଇପ-୨ ମଧୁମେହ ସମସ୍ୟାକୁ କମ କରିଥାଏ।

କଫି : କଫି ପିଇବା ଦ୍ବାରା  ଟାଇପ-୨ ମଧୁମେହ ସମସ୍ୟା ଦୂର ହୋଇଥାଏ। ବିନା ଚିନିରେ କଫି ସେବନ କରିବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହାସହ ମଧୁମେହ ରୋଗୀଙ୍କ ପାଇଁ କୌଣସି ବିପଦ ହୋଇନଥାଏ।

ହର୍ବାଲ-ଟି : ମଧୁମେହ ରୋଗୀମାନେ ସର୍ବଦା ହର୍ବାଲ-ଟି ସେବନ କରିବା ଉଚିତ। ଏହା ରକ୍ତରେ ଶର୍କରାର ସ୍ତରକୁ ବଢିବାକୁ ଦେଇନଥାଏ। ଏହାସହ ହର୍ବାଲ-ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ।

କ୍ଷୀର : ସୁସ୍ଥ ରହିବା ପାଇଁ କ୍ଷୀର ପିଇବା ଆବଶ୍ୟକ। ଗାଈ କ୍ଷୀର, ସୋୟା ମିଲ୍କ ଇତ୍ୟାଦି ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ଶର୍କରାର ପରିମାଣ ନଥିବାରୁ ତାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories