www.samajalive.in
Friday, December 5, 2025
27.1 C
Bhubaneswar

ବୌଦ୍ଧରୁ ପୁରୁଣାକଟକକୁ ଗଡ଼ିଲା ଟ୍ରେନ୍‌

ହରଭଙ୍ଗା : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼଼ିଛି। ଅଞ୍ଚଳରେ ପ୍ରଥମ କରି ରେଳ ଗଡ଼଼ିବା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖୁସିରେ ଲୋକେ ଫଟୋ, ଭିଡିଓ ସହିତ ସେଲଫି ନେଇଥିଲେ। ରବିବାର ବୌଦ୍ଧରୁ ବୀରନରସିଂହପୁର ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼଼ିଥିଲା। ହରଭଙ୍ଗା ବ୍ଲକରେ ରେଳ ଇଞ୍ଜିନ ଗଡ଼଼ିବା କାର୍ଯ୍ୟ ତ୍ୱରାନ୍ୱିତ ପରେ ଦୀର୍ଘ ୩୭ ବର୍ଷର ଅପେକ୍ଷା ପୂରଣ ହୋଇପାରିଛି। ଆଡ଼େଣିଗଡ଼଼ଠାରେ ଚାଲିଥିବା ଦୀର୍ଘ ୪.୧୮୫ କିମି ଲମ୍ୱର ସୁଡ଼ଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହରଭଙ୍ଗା ବ୍ଲକ ସଦରମହକୁମାକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ସୁଡ଼ଙ୍ଗ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାରୁ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories