www.samajalive.in
Sunday, December 14, 2025
15.1 C
Bhubaneswar

ମୋଦୀଙ୍କ ମନ କଥାରେ ମୟୂରଭଞ୍ଜ ଯୁବକ ରାମ୍‌ଜିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଆଜି ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି  ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସ୍ଵଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ ବର୍ଷ ପୁରା ହେବାକୁ ଯାଉଛି। ଆମେରିକା ୩୦୦ କଳାକୃତୀ ଫେରସ୍ତ କରିଥିବା କହିଛନ୍ତି ମୋଦୀ। ଅନ୍ୟପଟେ ମାତୃଭାଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ ଅବଦାନ ରହିଛି। ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଗୌରବ ଆଣିଛନ୍ତି। ରାମଜିତ୍ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି। ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ଡିଜିଟାଲୀ ପଢିବା ସହ ଲେଖାଯାଇପାରୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories