କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ଭୋଟଗଣତି ଆଜି

କେନ୍ଦୁଝରଗଡ଼଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଶନିବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ରାତି ୯ଟା ୩୦ମି.ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସଂଘର ମୋଟ ୪୮୯୨ଭୋଟରଙ୍କ ମଧ୍ୟରୁ ୪୫୪୧ଜଣ ସଦସ୍ୟ ସେମାନଙ୍କର ମତଦାନ କରିଥିବା ଜଣାପଡ଼ିଛି। ପାର୍କଲାଇନସ୍ଥିତ କେନ୍ଦୁଝରଗଡ଼଼ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ନିର୍ବାଚନ କେନ୍ଦ୍ରରେ କେନ୍ଦୁଝର ଜୋନର ୨୧୨୫ ଭୋଟରଙ୍କ ମଧ୍ୟରୁ ୧୯୪୬ ଜଣ, ଚମ୍ପୁଆ ଜୋନର ୪୩୮ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ, ଢେଙ୍କିକୋଟ ଜୋନର ୩୨୬ ଜଣ ସଦସ୍ୟଙ୍କ ମଧ୍ୟରୁ ୩୧୪ ଜଣ ଓ ଘଟଗାଁ ଜୋନର ୩୨୪ ଜଣଙ୍କ ମଧ୍ୟରୁ ୩୦୪ ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୩୨୧୩ ଭୋଟରଙ୍କ ମଧ୍ୟରୁ ୨୯୬୪ ଜଣ ମତଦାନ କରିଥିବା ଜଣାପଡ଼ିଛି।

ସେହିଭଳି ଗୋହିରାସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ୍‌‌ ସ୍କୁଲ ଠାରେ ଅନୁଷ୍ଠିତ ନିର୍ବାଚନ କେନ୍ଦ୍ରରେ ୮୬୬ଜଣ ସଦସ୍ୟ ଥିବା ଘସିପୁରା ଜୋନର ୮୨୧ଜଣ, ରାମଚନ୍ଦ୍ରପୁର ଜୋନର ୫୩୧ଜଣ ସଦସ୍ୟଙ୍କ ମଧ୍ୟରୁ ୪୯୪ଜଣ ଏବଂ ହାଟଡିହି ଜୋନର ୨୮୨ଜଣ ସଦସ୍ୟଙ୍କ ମଧ୍ୟରୁ ୨୬୨ଜଣଙ୍କୁ ମିଶାଇ ମୋଟ ୧୬୭୯ଜଣ ଭୋଟରଙ୍କ ମଧ୍ୟରୁ ୧୫୭୭ଜଣ ମତଦାନ କରିଥିବା ଜଣାପଡ଼ିଛି।

ସଭାପତି ପଦ ନିମନ୍ତେ ୩ଜଣ, ୨ ଉପସଭାପତି ପଦ ନିମନ୍ତେ ୧୩ଜଣ, ସାଧାରଣ ସମ୍ପାଦକ ପଦ ନିମନ୍ତେ ୩ଜଣ, ୨ଯୁଗ୍ମସମ୍ପାଦକ ପଦ ନିମନ୍ତେ ୭ଜଣ, କୋଷାଧ୍ୟକ୍ଷ ପଦ ନିମନ୍ତେ ୫ଜଣ, କେନ୍ଦୁଝର ଜୋନ ୫ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୩୩ଜଣ, ଘସିପୁରା ଜୋନ ୫ କାର୍ଯ୍ୟକାରୀ ସଭ୍ୟ ନିମନ୍ତେ ୧୯ଜଣ, ରାମଚନ୍ଦ୍ରପୁର ଜୋନ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୬ଜଣ, ହାଟଡିହି ଜୋନ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୨ଜଣ, ଘଟଗାଁ ଜୋନ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୬ଜଣ, ଢେଙ୍କିକୋଟ ଜୋନ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୬ଜଣ ଓ ଚମ୍ପୁଆ ଜୋନ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୫ଜଣଙ୍କୁ ମିଶାଇ ମୋଟ ୧୦୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟବକ୍ସରେ ସିଲ୍‌‌ ହୋଇ ସାରିଛି। ସେପ୍ଟେମ୍ବର ୨୯ତାରିଖ ରବିବାର ପୂର୍ବାହ୍ନ ୮ଟାରୁ ପାର୍କଲାଇନସ୍ଥିତ କେନ୍ଦୁଝରଗଡ଼଼ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପରେ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗଣତି ଆରମ୍ଭ ହୋଇ ଶେଷ ହେବାପରେ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ତଥା ଅତିତରିକ୍ତ ଜିଲାପାଳ ମନ୍ଦରଧର ମହାଳିକ କହିଛନ୍ତି।

Comments are closed.