କାରରୁ ମିଳିଲା ପୁଳା ପୁଳା ଟଙ୍କା: ଖୋଳତାଡ କରୁଛି ପୁଲିସ୍

ଭୁବନେଶ୍ଵର: ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଓମଫେଡ୍ ଛକ ନିକଟରେ ଚେକିଂ ବେଳେ ଏକ କାର୍‌ରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଦିବ୍ୟଜ୍ୟୋତି ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି। ତେବେ କାରରେ ଏତେ ଟଙ୍କା କେଉଁଠୁ ଆସିଲା , ସେ ନେଇ ଖୋଳତାଡ ଜାରି ରହିଛି। ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇଥିବା ପୁଲିସ୍ କହିଛି। ପୁଲିସ୍ ବ୍ୟାରିକେଟକୁ ପିଟି ଗାଡିଟି ଭାଙ୍ଗିରୁଜି ଯାଇଛି। ତେବେ ଗାଡିଟିକୁ ଜବତ କରି ଥାନାକୁ ନିଆଯାଇଥିବା ପୁଲିସ୍ କମିଶନର ସୂଚନା ଦେଇଛନ୍ତି।

Comments are closed.