www.samajalive.in
Wednesday, December 10, 2025
16.1 C
Bhubaneswar

ବାଦ୍ୟ ସଙ୍ଗୀତର ଧୂନର ବିଶେଷ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’

ଭୁବନେଶ୍ୱର :  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ବିଶିଷ୍ଟ ଅତିଥ୍ୟ ଭାବେ, ଯୁଗ୍ମ ଶାସନ ସଚିବ ଦେବପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ର ପ୍ରିନସିପାଲ ବିଜୟ କୁମାର ଜେନା ଓ ବିଶିଷ୍ଟ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତଜ୍ଞ ଗୁରୁ ଡ. ଚିତ୍ତରଞ୍ଜନ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଗୁରୁମାନେ ନିର୍ଦ୍ଦେଶନା ଓ ପରିଚାଳନାକରିଥିଲେ।

ଏହି ଅବସରରେ ଗୁରୁ ଚନ୍ଦନ କୁମାର ଜେନାଙ୍କ ପରିଚାଳନା ଏବଂ ନିର୍ଦ୍ଦେଶନା ତଥା ଗୁରୁ ଧୃତିମୟ ବେହେରାଙ୍କ ସହ ନିର୍ଦ୍ଦେଶନାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଶିଳ୍ପୀ ଅରୋଅଶେଷ ପାତ୍ର, ଯୁଗଳବନ୍ଦୀରେ ମନସ୍ବିନୀ ଭୁଜବଳ, ବର୍ଷାରାଣୀ ପ୍ରଧାନଙ୍କ ସଙ୍ଗୀତ ପାଇଁ ହାର୍ମୋନିୟମରେ ଆଶିଷ କୁମାର ନାଗ, ତବଲାରେ ଗୁରୁ ସୁରେଶ କୁମାର ବେହେରା, ତାନପୁରା ଦୁର୍ଗା ଶଙ୍କର ଦାସ, ପରିଚାଳନା ଓ ନିର୍ଦ୍ଦେଶନା ଗୁରୁ ଶ୍ରୀ ବଦନ କୁମାର ଜେନା ସହଯୋଗ କରିଥିଲେ ।ମେଘ ରାଗ ମତତାଲ ତାଳରେ ବୃନ୍ଦ ସିତାର ବାଦନରେ ଗୁରୁ ଭୀମସେନ୍ ମହାରଣା ଓ ସୌନ୍ଦର୍ଯ୍ୟ ରଞ୍ଜନ ରାୟଙ୍କ ନିର୍ଦ୍ଦେଶନାରେ ସଙ୍ଗୀତା ବେହେରା ଅର୍ପିତା ପ୍ରିୟଦର୍ଶିନୀ ସାହୁ ଓ ମୀନତି ବେହେରାଙ୍କ ସହିତ ପ୍ରୀତି ସୁନ୍ଦର ବେହେରା ତବଲାରେ ସହଯୋଗ କରିଥିଲେ।

- Advertisement -

ବୃନ୍ଦ ତବଲା ବାଦନରେ ରୂପକ ତାଳରେ ବିନୋଦ ବିହାରୀ ରାଉତଙ୍କ ନିର୍ଦ୍ଦେଶନାରେ ସାର୍ଥକ ପରିଡ଼ା, ଶମ୍ଭୁ ମାଇଟି, ଚନ୍ଦ୍ରଶେଖର ନନ୍ଦ, ସତ୍ୟବ୍ରତ ବେହେରା, ପ୍ରଦେଶ କୁମାର ସାହୁ, ସ୍ମୃତି ରଞ୍ଜନ ପଣ୍ଡା, ଶୁଭଙ୍କର ଦାସ, କୃଷ୍ଣ କେଶବ ଦାସ, ଏସ୍ ଏସ୍ ଗୌରବ ନିର୍ମାଲ୍ୟ ଶଙ୍କର ସ୍ଵାଇଁଙ୍କ ସହିତ ହାରମୋନିୟମରେ ଧନେଶ୍ଵର ଓଝା ଓ ଭାଓଲିନରେ କେ ଭୁବନେଶ୍ବରୀସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଦର୍ଶକମାନଙ୍କ ଦ୍ଵାରା ବିଶେଷ ଭାବରେ ଆଦୃତ ହୋଇଥିଲା ମଞ୍ଚ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆର

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories